ସ୍କୁଲ ଗେଟ୍ ଆଗରେ ଦୁଇଦିନ ହେଲା ଧାରଣାରେ ବସିଛନ୍ତି ଅବିଭାବକ ଓ ଗ୍ରାମବାସୀ

କୋକସରା,୩/୧୨, ଡେପୁଟେସନରେ ପଠାଇଥିବା ଶିକ୍ଷକଙ୍କୁ ଆମ ସ୍କୁଲକୁ ଫେରେଇ ଦିଅ ଏଭଲି କହି ସ୍କୁଲ ଗେଟ୍ ଆଗରେ ତାଳା ପକେଇ ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି ଅବିଭାବକ ଓ ଗ୍ରାମବାସୀ । ଏପଟେ ଡେପୁଟେସନରେ ଯାଇଥିବା ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆଙ୍କୁ ଫେରେଇ ଦିଅ ନଚେତ୍ ଏମିତି ସ୍କୁଲ ଗେଟ୍ ଆଗରେ ବସି ଅନିର୍ଦ୍ଧିଷ୍ଟକାଳ ପାଇଁ ପାଠ ପଢୁଥିବୁ ବୋଲି କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ଥୁଟିବର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି । ସୂଚନା ଯୋଗ୍ୟଯେ, ଥୁଟିବର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୯୭ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫ ଜଣ ଶିକ୍ଷକ ନିୟୋଜିତ ଥିଲେ । ହେଲେ ଗତ ଦୁଇମାସ ତଲେ ବିଦ୍ୟାଳୟର ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆଙ୍କୁ ପାଖରେ ଥିବା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋତୋମୁଣ୍ଡାକୁ ଡେପୁଟେସନରେ ପଠାଇ ଦିଆଗଲା ।

Omkar Vasthu
Omkar Vasthu


ଦୁଇଦିନ ପରେ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆଙ୍କୁ ଡେପୁଟେସନରେ ପଠା ଯାଇଥିବା ଜଣିପାରି ଅବିଭାବକ ଓ ଗ୍ରାମବାସୀ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଜିଲ୍ଲା ଶିକ୍ଷାଧିକାରୀ ଅନୁପସ୍ଥିତ ଥିବାରୁ କାର୍ଯ୍ୟାଳୟରେ ଲିଖିତ ଭାବରେ ଅଭିଯୋଗ ଜଣାଇଥିଲେ, ହେଲେ ସେଠାରେ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ଦେଲେଯେ ଆମେ ଡେପୁଟେସନରେ ପଠାଇନାହୁଁ ତାହା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଯାଇ ବୁଝିବା ପାଇଁ କହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପରେ କୋକସରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଅବିଭାବକ ଓ ଗ୍ରାମବାସୀ ସାକ୍ଷାତ କରିଥିଲେ । ହେଲେ ସେଠାରେ ଉକ୍ତ ଶିକ୍ଷକଙ୍କୁ ୨ ଦିନ ଭିତରେ ପୁଃନର୍ବାର ପଠାଇ ଦିଆଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ କହିଥିଲେ, କିନ୍ତୁ ଆଜି ପଠାଇ ଦେବୁ କାଲି ପଠାଇଦେବୁ କହି ଦିନ ଗଢେଇ ଚାଲୁଥିଲେ ଯାହାକୁ ନେଇ ଥୁଟିବର ଗ୍ରାମବାସୀ ଓ ଅବିଭାବକ ମାନେ ଶିକ୍ଷକଙ୍କ ନଫେରିବାକୁ ଅସନ୍ତୋଷ ବ୍ୟକ୍ତ କରି ତା. ୨/୧୨/୧୯ ସୋମବାର ଦିନ ବାଧ୍ୟହୋଇ ସ୍କୁଲ ଗେଟ୍ ଆଗରେ ତାଳା ପକେଇ ଧାରଣାରେ ବସିଥିଲେ । ଖବର ପାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ ପହଞ୍ଚି ଦିର୍ଘ ସମୟ ଧରୀ ଧାରଣାରେ ଥିବା ଅବିଭାବକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସମାଧାନ ହୋଇନଥିବା ବେଲେ ନିଜ ଜିଦରେ ସେମାନେ ଅଟଲ ଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏପଟେ ଗୋତୋମୁଣ୍ଡା ରୁ ବେହେରା ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ଉପରେ ସ୍କୁଲ ଗେଟ୍ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଉପରେ ଅନେକ ଧୂଲି, ମଲି ପଡୁଥିବା ବେଳେ ଯାନବାହାନ ଦୁଃର୍ଘଟଣାକୁ ଏଡାଇ ଦିଆଯାଇନ ପାରେ । ଛାତ୍ରଛାତ୍ରୀ ମାନେ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆଙ୍କ ଶିକ୍ଷାଦାନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଅନୁପସ୍ଥିତି ଯାହିର କରି ସହଯରେ ଗ୍ରହଣ କରି ପାରୁନାହାଁନ୍ତି ଓ ତାଙ୍କୁ ଫେରେଇ ନଦେବା ପର୍ଯ୍ୟନ୍ତ ସ୍କୁଲ ଗେଟ୍ ଆଗରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣାରେ ବସିଥିବୁ ବୋଲି କହିଛନ୍ତି । ଏପଟେ ମଙ୍ଗବାର ଦ୍ୱିତୀୟ ଦିନରେ ଧାରଣା ପହଞ୍ଚି ଥିବା ବେଳେ ଶିକ୍ଷା ବିଭାଗ ର କୌଣସି ଅଧିକାରୀ ଆସି ନ ଥିଲେ

Udyog Nursery
Udyogi Nursery
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.