କଳାହାଣ୍ଡି ମାଟି ଉପରେ ବେଦାନ୍ତ, କିନ୍ତୁ ହେଉନାହିଁ ଦାଦନ ଦୂଃଖର ଅନ୍ତ

ମାତିଛନ୍ତି ଦଲାଲ, ରାଜ୍ୟ ବାହାରକୁ ଛୁଟୁଛି ଦାଦନ ସୁଅ

Omkar Vasthu
Omkar Vasthu

ଦାଦନ ସମସ୍ୟାର ସମାଧାନରେ ଫେଲ ମାରିଛି ଜିଲ୍ଲା ପ୍ରଶାସନ, ଚେଇଁ ଶୋଇଛି ବେଦାନ୍ତ

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି,୪/୧୨ : ବର୍ତ୍ତମାନର ସମୟରେ ଶିଳ୍ପାୟନର ଯଥେଷ୍ଟ ଗୁରୁତ୍ବ ରହିଛି । ଏହାରି ମାଧ୍ୟମରେ ସ୍ଥାନୀୟ ଅଧିବାସୀମାନେ ନିଯୁକ୍ତି ପାଉଥିବା ବେଳେ ଅନେକ ପରିବାର ପରୋକ୍ଷ ଭାବେ ଉପକୃତ ହୋଇଥାନ୍ତି । ତେବେ ବେଦାନ୍ତ ଠିଆ ହୋଇଥିବା କଳାହାଣ୍ଡି ମାଟିରେ ଏହାର ଓଳଟା ଚିତ୍ର ପ୍ରତିଫଳିତ ହେଉଛି । ବେଦାନ୍ତ ଆଲୁମିନା କଳାହାଣ୍ଡି ଓ ରାୟଗଡ ଜିଲ୍ଲାର ଶ୍ରମିକ ଓ ଯୋଗ୍ୟ ଶିକ୍ଷିତ ବ୍ୟକ୍ତି ମାନଙ୍କୁ ନିଯୁକ୍ତି ପ୍ରଦାନ କରୁନାହିଁ, ଏପଟେ ସରକାର ଲୋକଙ୍କୁ କାମ ଧନ୍ଦା ଯୋଗାଇ ପାରୁନାହାନ୍ତି ତେଣୁ ଏଠିକାର ଅଧିବାସୀମାନେ ବାଦ୍ଧ୍ୟହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।

Udyog Nursery
Udyogi Nursery

ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଠାରେ ପ୍ରତିଷ୍ଠିତ ହୋଇଛି ବେଦାନ୍ତ ଆଲୁମିନା । ଯେତେବେଳେ ଏହି କମ୍ପାନୀ ଏଠାରେ ସ୍ଥାପିତ ହେଲା ଜିଲ୍ଲାର ଜନତା ଆଶା କରୁଥିଲେ ଲାଞ୍ଜିଗଡ ସମେତ କଳାହାଣ୍ଡି ଓ ରାୟଗଡ ଜିଲ୍ଲାର ଅବସ୍ଥାର ପରିବର୍ତ୍ତନ ହେବ । କିନ୍ତୁ ସେମିତି କିଛି ହେଲାନାହିଁ । ବେଦାନ୍ତ ଆଲୁମିନା ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ବ ଦେଲାନାହିଁ । ଏଠାରେ ଅନ୍ୟ ଜିଲ୍ଲା ତଥା ରାଜ୍ୟ ବାହାରୁ ଶ୍ରମିକ ମାନେ ଭର୍ତ୍ତି ହେଲେ । ବେଦାନ୍ତ ଯୋଗୁଁ ଅଞ୍ଚଳର ଅନେକ କ୍ଷତିହେଲା କିନ୍ତୁ ସାଧାରଣ ଜନତା ଉପକୃତ ହୋଇ ପାରିଲେ ନାହିଁ । ବେଦାନ୍ତରେ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗକୁ ନେଇ ଅନେକ ଥର ଆନ୍ଦୋଳନ ହୋଇଛି କିନ୍ତୁ କିଛି ସୁଫଳ ହୋଇପାରି ନାହିଁ । ପେଟର ଭୋକରେ ଭିଟାମାଟିର ମୋହ ଛାଡିବାକୁ ବାଦ୍ଧ୍ୟ ହେଉଛନ୍ତି କଳାହାଣ୍ଡିଆ ଜନତା । ପୂର୍ବପରି ଏହି ମାଟିର ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି, ସେଠାରେ ଅକଥନିୟ ଅତ୍ୟାଚାରର ଶିକାର ହେଉଛନ୍ତି । ରାଜ୍ୟ ବାହାରେ ପୋକ ମାଛି ପରି ମରୁଛନ୍ତି କଳାହାଣ୍ଡିର ଦାଦନ ଶ୍ରମିକ, ସେମାନଙ୍କ ଶବକୁ ମଧ୍ୟ ଉପଯୁକ୍ତ ସମ୍ମାନ ମିଳିପାରୁନାହିଁ । ଏସବୁ ସତ୍ତ୍ବେ ମଧ୍ୟ ବେଦାନ୍ତ କିମ୍ବା ସରକାରଙ୍କୁ କୌଣସୀ ଫରକ ପଡୁନାହିଁ ।

କଳାହାଣ୍ଡିର ନିରୀହ ଶ୍ରମିକମାନଙ୍କୁ ଅଧିକ ରୋଜଗାର ଆଶା ଦେଖାଇ ଦାଦନ ଦଲାଲ ମାନେ ଗାଁ ଗାଁରେ ସକ୍ରିୟ ହୋଇ ବେଆଇନ ଭାବରେ ଆନ୍ଦ୍ରପ୍ରଦେଶକୁ ଇଟା ଗଢାଇବା ପାଇଁ ଶ୍ରମିକ ଚାଲାଣ କରୁଥିବା ଜଣାପଡିଛି । ଗତ କିଛିଦିନ ହେବ ଦାଦନ ଦଲାଲ ମାନେ ସକ୍ରିୟ ହୋଇ ବେଆଇନ ଭାବରେ ଆନ୍ଧ୍ର ପ୍ରଦେଶକୁ ଦାଦନ ଶ୍ରମିକ ଚାଲାଣ କରିବା ପାଇଁ ଟଙ୍କା ବାଣ୍ଟୁଥିବା ଜଣାପଡୁଛି । ଜଣେ ଦାଦନ ଶ୍ରମିକଙ୍କୁ ମୁଣ୍ଡପିଛା ୫ ହଜାର ଓ ଘରର ଦୁଇ ଜଣ ଗଲେ ୧୦ ରୁ ୧୫ ହଜାର ଟଙ୍କା ଦେଉଥିବା ଆଲୋଚନା ହେଉଛି । ବର୍ତ୍ତମାନ ଅଂଚଳରେ ଖରିଫ ଧାନ ଚାଷ ପାଖାପାଖି ୫୦ ରୁ ୬୦ ପ୍ରତିଶତ ସରିଥିବାବେଳେ କିଛି ଶ୍ରମିକ ମାନେ ଚାଷ କାର୍ଯ୍ୟସାରିଛନ୍ତି, ହେଲେ ସେହି ଶ୍ରମିକ ମାନଙ୍କୁ ଦାଦନ ଦଲାଲ ମାନେ ଅଧିକ ରୋଜଗାର ଆଶା ଦେଖାଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଅନ୍ୟପକ୍ଷେ ସରକାର ବେଆଇନ ଭାବରେ ଦାଦନ ଚାଲାଣ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଥିଲେ ହେଁ ଦାଦନ ଶ୍ରମିକ ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ । ଗତ କିଛି ଦିନହେବ ଏହି ଅଞ୍ଚଳରୁ ବେଆଇନ ଭାବରେ ବାହାର ରାଜ୍ୟକୁ ଦୈନିକ ଶହ ଶହ ଦାଦନ ଶ୍ରମିକ ଚଲାଣ ହେଉଥିବାବେଳେ ପୋଳିସ ଓ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ । ଏହି ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକ ମୃତ୍ୟୁ ବଢିବାରେ ଲାଗୁଥିବାବେଳେ ଘରର କର୍ମଜୀବି ଲୋକଙ୍କୁ ହରେଇ ପରିବାର ଲୋକେ ଅର୍ଥିକ ସମସ୍ୟା ଓ ପରିବାରିକ ସମସ୍ୟା ଦେଇ କାଳାତିପାତ କରୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ଘରର ରୋଜଗାର କ୍ଷମ ବ୍ୟକ୍ତି ଘର ଛାଡି ଅନ୍ୟ ରାଜ୍ୟରେ ରୋଜଗାର କରିବାରୁ ପରିବାରର ବୃଦ୍ଧ ମା’ ବାପା ପରିବାର ମୂଖ୍ୟଙ୍କ ଅନୁପସ୍ଥିତି ଅନୁଭବ କରି ଦୁଃଖ ଯନ୍ତ୍ରଣା ସହିତ ସମୟ ଅତିବାହିତ କରୁଛନ୍ତି । ସରକାରୀ ଭାବରେ ପଞ୍ଜିକୃତ ଦାଦନ ଶ୍ରମିକ ମାନଙ୍କୁ ରାଜ୍ୟ ବହାରକୁ କାମକରିବା ପାଇଁ ନିୟମ ରହିଥିବାବେଳେ ବେଆଇନ ଭାବରେ ଦାଦନ ସର୍ଦ୍ଦାର ମାନେ ବାହାର ରାଜ୍ୟକୁ ଶ୍ରମିକ ଚଳାଣ କରୁଛନ୍ତି । ଏହି ଦାଦନ ଶ୍ରମିକ ମାନଙ୍କୁ ଦାଦନ ସର୍ଦ୍ଦାର ମାନେ ବିଭିନ୍ନ କାମରେ ନିୟୋଜିତ କରି ମହାଜନ ପାଖରୁ ମୋଟା ଅଙ୍କରେ ପଇସା ନେଇ ଆସନ୍ତି । ଅନ୍ୟପଟେ ଦାଦନ ଶ୍ରମିକ ମାନେ ଅଧିକାଂଶ ସମୟରେ ବିଭିନ୍ନ ରୋଗର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ବାହାର ରଜ୍ୟରୁ ମୃତ୍ୟୁବରଣ କରି ଦାଦନ ଶ୍ରମିକ ଶବ ହୋଇ ଘରକୁ ଫେରୁଥିବାବେଳେ ସରକାରୀ ଭାବରେ ପଞ୍ଜିକୃତ ହୋଇନଥିବା ଯୋଗୁଁ ସରକାରୀ ସାହାର୍ଯ୍ୟ ମଧ୍ୟ ଏମାନଙ୍କ ପରିବାରକୁ ମିଲିନଥାଏ । ଅନ୍ୟପଟେ ଜିଲ୍ଲାରେ ପ୍ରତିବର୍ଷ ଆନେକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଯାଇ ଜୀବନ ହରାଇଥିବାବେଳେ ବେଆଇନ ଦାଦନ ଚାଲାଣ ରୋକିବାରେ ପ୍ରସାଶନ ଫେଲ୍ ମାରିଛି । ଏହି ବେଆଇନ ଦାଦନ ଚାଳାଣକୁ ରୋକିବା ପାଇଁ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାର ଶ୍ରମିକ ମାନଙ୍କୁ ଉପଯୁକ୍ତ କାମଧନ୍ଦା ଯୋଗାଇ ଦେଲେ ବାହାର ରାଜ୍ୟକୁ ଦାଦନ ଯିବାରୁ ଶ୍ରମିକ ବଞ୍ଚିତ ହୁଅନ୍ତେ । ସେହିପରି ଜିଲ୍ଲାର ଶ୍ରମିକ ମାନଙ୍କୁ ଯୋଗ୍ୟତା ଭିତ୍ତିରେ କମ୍ପାନୀରେ ନିଯୁକ୍ତ କରିବା ବେଦାନ୍ତର ନୈତିକ କର୍ତ୍ତବ୍ୟ ହୋଇଥିବାବେଳେ ବେଦାନ୍ତ ଆଲୁମିନା ଏଥିରୁ ବହୁଦୂରରେ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଚାଲିଛି ।

ସ୍ବତନ୍ତ୍ର ପ୍ରତିନିଧି ଜଗଦିଶ ଚନ୍ଦ୍ର ନାଏକଙ୍କ ସହ ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.