ଧର୍ମଗଡ଼,୬/୧୨ : ମୃତ ବ୍ୟକ୍ତିଙ୍କ ଶବକୁ ଉପଯୁକ୍ତ ମର୍ଯ୍ୟଦାସହ ନେବାପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନାର ପ୍ରଣୟନ କରିଛନ୍ତି । ତେବେ ଧର୍ମଗଡ ଅଞ୍ଚଳରେ ଏହି ଯୋଜନା ଫେଲ ମାରିଥିବା ପରିଳକ୍ଷିତ ହେଉଛି । ପ୍ରାପ୍ତ ସୂଚନା ଆଧାରରେ ଧର୍ମଗଡ଼ ବ୍ଲକ ବୋଡେ଼ନ ଗ୍ରାମର ସହଦେବ ବାରିକ (୬୫) ହୃଦଘାତରେ ମୃତ୍ୟୁ ମୁଖରେ ପଡିଥିଲେ । ସକାଳ ପ୍ରାୟ ୮ଟା ପାଖାପାଖି ଏହି ଘଟଣା ଘଟିଥିଲା । ଡାକ୍ତରଖାନାରୁ ଘରକୁ ଶବ ନେବାପାଇଁ ପରିବାରବର୍ଗ ମହାପ୍ରୟାଣ ଗାଡିର ସହାୟତା ଚାହିଁଥିଲେ, କିନ୍ତୁ ସେହି ଗାଡି ଖରାପ ହୋଇଥିଲା ।
ମୃତକଙ୍କ ପରିବାରବର୍ଗ ବାଦ୍ଧ୍ୟ ହୋଇ ଅନ୍ୟ ଗାଡି ଯୋଗାଡ କରିବାକୁ ଯିବା ସମୟରେ ହସ୍ପିଟାଲ କତ୍ତୁପକ୍ଷ ମନା କରିଦେଇଥିବା ସେମାନେ ପ୍ରକାଶ କରିଛନ୍ତି । ଫଳରେ ଦିର୍ଘ ୬ ଘଣ୍ଟାଧରି ଶବ ପଡିରହିଥିବାରୁ ମୃତ୍ୟୁକଙ୍କ ପରିବାର ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଡାକ୍ତରଖାନା ଆଉ ଅଧଘଣ୍ଟା ସମୟ ମାଗିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ଉଠିପାରି ନଥିବା ଜଣାପଡିଛି ।