ବାଲେଶ୍ବର,୬/୧୨(ନରେନ୍ଦ୍ର ପ୍ରସାଦ ବେହେରା): ଵାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତରାଠାରେ ଥିବା ଅଗଣୀ ନରେନ୍ଦ୍ର ଉଚ୍ଚ ମାଧ୍ଯମିକ ଵିଦ୍ଯାଳୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ଯକ୍ଷ ରାଜେନ୍ଦ୍ର କୁମାର ଦାସମହାପାତ୍ର ଏହାକୁ ଉଦଘାଟନ କରି ମହିଳା ମାନଙ୍କର ସ୍ଥିତିକୁ ସୁଦୃଢ କରିବା ପାଇଁ ଆତ୍ମ ସୁରକ୍ଷା ତାଲିମ ଏକ ଅମୋଘ ଅସ୍ତ୍ର ବୋଲି ବକ୍ତବ୍ଯରେ କହିଥିଲେ । ରାଜନୀତି ବିଜ୍ଞାନର ଅଧ୍ଯାପକ ଗୋପୀନାଥ ପୃଷ୍ଟି ନାରୀ ନିଜ ଶକ୍ତିକୁ ଜାଗ୍ରତ କରିବା ପାଇଁ ଏହି ତାଲିମ ପ୍ରଶିକ୍ଷଣ ଏକ ବଳିଷ୍ଠ ପଦକ୍ଷେପ ବୋଲି ବକ୍ତବ୍ୟ ରଖିଥିଲେ ।
ସେହିପରି ଅର୍ଥନୀତି ବିଭାଗର ଅଧ୍ଯାପକ ଶରତ ଚନ୍ଦ୍ର ମହାରଣା ଆତ୍ମ ସୁରକ୍ଷା ତାଲିମ ପ୍ରତ୍ୟେକ ବାଳିକାଙ୍କ ପାଇଁ ଅପରିହାର୍ଯ୍ୟ ଓ ପ୍ରତି ମୁହୂର୍ତ୍ତରେ ଏହା ବ୍ଯକ୍ତିଗତ ଜୀବନରେ ସହାୟ ହୋଇ ପାରିବ ବୋଲି ମତ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ସଂଯୋଜକ ବନମାଳି ଉପାଧ୍ୟାୟ ପ୍ରାରମ୍ଭିକ ଅଭିଭାଷଣରେ ଆତ୍ମ ସୁରକ୍ଷା କୌଶଳ ସାମାଜିକ ସ୍ଥରରେ ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବ ବୋଲି କହିଥିଲେ । ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିବାବେଳେ ପ୍ରଶିକ୍ଷିକା କୁମାରୀ ମମତା ସାମଲ ଛାତ୍ରୀମାନଙ୍କୁ କେତେକ କୌଶଳ ଶିକ୍ଷା ପ୍ରଦାନ କରିଥିଲେ ।