କୋକସରା,୭/୧୨ : ଭାରତର ସମ୍ବିଧାନ ପ୍ରଣେତା ଡ଼ ବି.ଆର. ଆମ୍ବେଦକରଙ୍କ ୬୪ତମ ମହାପ୍ରୟାଣ ଦିବସ ଲଡୁଗାଁ ଡ଼ ବି.ଆର ଆମ୍ବେଦକର ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ହୃଦାନନ୍ଦ ଟାକ୍ରି, ଗଜିନ୍ଦ୍ର ନାଗ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଲନ କରିଥିବାବେଳେ ଅନୁଷ୍ଠାନର କର୍ମକର୍ତ୍ତା ଗଗନ ବିହାରୀ ମହାନନ୍ଦ ବାବା ସାହେବଙ୍କ ଜୀବନ ଦର୍ଶନ ସମ୍ଭନ୍ଧରେ ଉଦବୋଧନ ଦେଇଥିଲେ । ଆମ୍ବେଦକରଙ୍କ ଅନୁଗାମୀ ମୁରଲିଧର ପାଣୀଗ୍ରାହୀ, ଚୁଡାମଣୀ ମହାନନ୍ଦ, କୁମୁଦ ନିଆଲ, ଶୁଶିଲ ମଙ୍ଗରାଜ, ଲକ୍ଷ୍ମୀକାନ୍ତ ଠାକୁର, ଓମ୍ ପ୍ରକାଶ ଛତ୍ରିଆ, ପ୍ରଶାନ୍ତ ଛତ୍ରିଆ, କାଲୁ ଭାରତି ଓ ଲଡୁଗାଁ ଆମ୍ବେଦକର ପଡାର ଅନେକ ଶିକ୍ଷିତ, ସଚେତନ ବ୍ୟକ୍ତି ଓ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସମେତ ଶତାଧିକ ଆମ୍ବେଦକର ପ୍ରେମୀ ଉପସ୍ଥିତ ରହି ତିରୋଧାନ ଦିବସଟିକୁ ମହା ଆଡ଼ମ୍ବରରେ ପାଳନ କରିଥିଲେ । ଅନୁଷ୍ଠାନର ସଭ୍ୟ ଭକ୍ତ ପ୍ରସାଦ ମହାନନ୍ଦ ସଭା ପରିଚାଲନା କରିଥିଲେ ।
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
_________________________________________