ବିଭିନ୍ନ ସ୍ଥାନରେ ସାଇକେଲ ମ୍ୟାନ ଜୟଦେବଙ୍କୁ ସମ୍ବର୍ଦ୍ଧନା

କୋକସରା,୭/୧୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ପକ୍ଷରୁ କଲିକତାରୁ କନ୍ୟାକୁମାରୀ ପ୍ରାୟ ୯ ଶହ କି.ମି ସାଇକେଲ ଯାତ୍ରା ମାଧ୍ୟମରେ ସମାଜରେ ରକ୍ତଦାନ ପାଇଁ ଉତ୍ସାହିତ କରିବା ସହ ସଚେତନତା ସୃଷ୍ଟି କରୁଥିବା ସାଇକେଲ ମ୍ୟାନ୍ ଜୟଦେବ ରାଉତଙ୍କୁ ଜାତୀୟ ରାଜପଥ ୨୬ ମହାଜନଗୁଡା ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଅଧ୍ୟାପକ ସଂଜୟ କୁମାର ପୁରୋହିତଙ୍କ ନେତୃତ୍ୱରେ ଆୟୋଜିତ ସଭାରେ କଲେଜ ଅଧ୍ୟକ ଡ଼ ନିହାର କାନ୍ତ ପଣ୍ଡା, ଚାଷୀ ନେତା ଶିବପ୍ରସାଦ ପ୍ରଧାନୀ ସାଇକେଲ ମ୍ୟାନ୍ ଜୟଦେବଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରକ୍ତଦାନର ଭ୍ରାନ୍ତ ଧାରଣାକୁ ଦୁରେଇ ସମସ୍ତେ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ପାଇଁ ଜୟଦେବ ପ୍ରକାଶ କରିଥିଲେ । ଅଧ୍ୟାପକ ପ୍ରୋମାନନ୍ଦ ସାହା, ସବୀରେନ୍ଦ୍ର ନରାୟଣ ଦାସ, ଗଣେଷ ଗର୍ଗ, ଭାରତ ଭୂଷଣ ଠାକୁର, ଦିବାକର ଦୁର୍ଗା, ଜିତେନ୍ଦ୍ର ଦାସ, ମନିଷ ଅଗ୍ରୱାଲ, ଅଧ୍ୟାପକ ମୋହନ ବିଶି, ପ୍ରମୂଖ ସାଇକଲ ମ୍ୟାନ ଜୟଦେବଙ୍କୁ କରତାଲିଦେଇ ଉତ୍ସାହିତ କରିଥିଲେ । କଲେଜର ପୁରାତନ ଛାତ୍ର ତଥା ମହାଜନଗୁଡା ଗ୍ରାମବାସୀ ସମସ୍ତେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଆମପାଣି ଠାରେ ମଧ୍ୟ ସାଇକଲ ମ୍ୟାନ ଜୟଦେବଙ୍କୁ କାଳୀକୃଷ୍ଣ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସଂଘର ସଂପାଦକ ମୋହନ ଚରଣ ବିଶି, ସକ୍ରିୟ ସଦସ୍ୟ ସମାଜ ସେବୀ ଜିତୁ ପଣ୍ଡା, ଜନ୍ମେଜୟ ଦାଶ, ସୁରେଶ ସାହୁ, ପବିତ୍ର ପାତ୍ର, ଲଛମନ ମାଝୀ, କୈଲାସ ବେମାଲ, ଗୋବିନ୍ଦ ମାଝୀ ପ୍ରମୂଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery
କଳାହାଣ୍ଡି ଜିଲ୍ଲା କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.