ଲାଞ୍ଜିଗଡର ଯୁବତୀ କେରଳରେ ମୃତ ପ୍ରସଙ୍ଗ, ଭିଟାମାଟିକୁ ଶବ ଆଣିବା ପାଇଁ ଗୁହାରୀ କଲେ ପରିବାରବର୍ଗ

ଲାଞ୍ଜିଗଡ଼,୧୦/୧୨ : ଲାଞ୍ଜିଗଡର ଦାଦନ ମୃତ୍ୟୁ ଇତିହାସରେ ଆଉ ଏକ ନୂତନ ପୃଷ୍ଠା ଯୋଡି ହୋଇଛି । ଦାଦନ ସ୍ବାମୀଙ୍କ ସହ କେରଳ ରାଜ୍ୟକୁ ଯାଇଥିବା ଜଣେ ଯୁବତୀର ମୃତ୍ୟୁ ହୋଇଛି । ମୃତଦେହ ଭିଟାମାଟିକୁ ଆଣିବାପାଇଁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ମୃତକଙ୍କ ପରିବାର । ପ୍ରାପ୍ତ ସୂଚନା ଆଧାରରେ କାନକୁଟ୍ରୁ ପଞ୍ଚାୟତ ବଚ୍ଚକା ଗାଁର ନଫିସା ହରିଜନ(୨୫) ବିଜେପୁର ଗାଁର କାର୍ତ୍ତିକ ନାଏକଙ୍କୁ ବିବାହ କରିଥିଲେ। ଗାଁରେ କୌଣସି କାମଧନ୍ଦା ନପାଇ ବାଧ୍ୟ ହୋଇ ଦୁହେଁ ସୁଦୁର କେରଳ ରାଜ୍ୟକୁ କାମ ଅନ୍ୱେଷଣରେ ଯାଇଥିଲେ । ସେଠାରେ ତ୍ରୀଶୁର ଜିଲ୍ଲାର ଏକ କାରଖାନାରେ ସ୍ୱାମୀ କାର୍ତ୍ତିକ କାମ କରୁଥିବା ବେଳେ ନଫିସା ଘରେ ରହୁଥିଲେ । ଗତକାଲି ହଠାତ୍ ନଫିସାକୁ ଜ୍ୱର ହୋଇଥିଲା ।ସ୍ୱାମୀ ଔଷଧ ଆଣି ଦେଲା ପରେ ମଧ୍ୟ ଠିକ୍ ହୋଇନଥିଲା ନଫିସା । ଶେଷରେ ନଫିସା ଅତ୍ୟଧିକ ଗୁରୁତର ହେବାରୁ ତ୍ରୀଶୁରର ଆତାନି ମେଡକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ନଫିସାର ମୃତ୍ୟୁ ହୋଇଯାଇଥିଲା । ଏହି ମୃତ୍ୟୁ ଘଟଣାର ଖବର ପାଇବା ପରେ ନଫିସାର ପରିବାର ଲୋକେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପାଖରେ ଶବ ଆଣିବା ପାଇଁ ଗୁହାରୀ କରିଥିଲେ । ଲାଞ୍ଜିଗଡ ବିଡିଓ ଶ୍ରୀଯୁକ୍ତ ମିଶ୍ର ତତକ୍ଷଣାତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଫୋନ ଯୋଗେ ଶବ ଆଣିବା ପାଇଁ ଜଣେଇଥିବା ବେଳେ ଅତିରିକ୍ତ ଶ୍ରମ ଅଧିକାରୀ ପ୍ରଦିପ କୁମାର ମହାନ୍ତି ତାଙ୍କ ଫଣ୍ଡରେ କୌଣସି ଟଙ୍କା ନଥିବା ଦର୍ଶାଇ ଥିଲେ କିନ୍ତୁ ଶବ ଆଣିବା ପାଇଁ କିଛି ଆର୍ଥିକ ସାହାଯ୍ୟ କରିଥିବା ଜଣାପଡିଛି । ପରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ ଜିଲ୍ଲାପାଳଙ୍କୁ ଫୋନ କରିବାରୁ ଶବ ଆଣିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡରୁ ଲମ୍ବିଛି ଦାଦନ ସୁଅ : ବେଦାନ୍ତ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଓ ସରକାରୀ ଯୋଜନା ତେବେ କେଉଁ କାମକୁ ???

ଲାଞ୍ଜିଗଡ ବ୍ଲକରୁ ଶହ ଶହ ପରିବାର ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଏହି ଅଞ୍ଚଳରେ କାମଧନ୍ଦାର ଘୋର ଅଭାବ ଯୋଗୁଁ ପରଦେଶି ହେଉଛନ୍ତି ଯୁବକ ଯୁବତୀ । ୨୦୦୪ ମସିହାରୁ ଆଶା କରାଯାଉଥିଲା ବେଦାନ୍ତ ଯୋଗୁଁ ଅନେକ ବେକାର ଯୁବକ ଯୁବତୀ କାମଧନ୍ଦା ପାଇବେ । କିନ୍ତୁ ସେମିତି କିଛି ହେଲାନାହିଁ । ସ୍ଥାନୀୟ ନିଯୁକ୍ତି ପ୍ରତି ମୋଟେ ଧ୍ୟାନ ଦେଲାନାହିଁ ବେଦାନ୍ତ । ବେଦାନ୍ତର ତଳ ସ୍ଥରରୁ ଉପରସ୍ଥର ପର୍ଯ୍ୟନ୍ତ ରାଜ୍ୟ ବାହାର ତଥା ଜିଲ୍ଲା ବାହାର ଲୋକ ନିଯୁକ୍ତି ପାଇଲେ । ଲାଞ୍ଜିଗଡର ଅବସ୍ଥା ଯେଉଁ ତିମିରକୁ ସେହି ତିମିରେ । ଏଠାରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସହ ରାଜ୍ୟ ସରକାରଙ୍କ ଅନେକ ଯୋଜନା ଫେଲ ମାରିଛି । ତେଣୁ ଲୋକେ ବାଦ୍ଧ୍ୟହୋଇ ଭିଟା ମାଟିର ମୋହ ତୁଟାଇ ଦାଦନ ଯିବାକୁ ବାଦ୍ଧ୍ୟ ହେଉଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

Udyog Nursery
Udyogi Nursery

ଏହି ଅଞ୍ଚଳରେ ଦାଦନ ଚାଲାଣ ରେକେଟ ଧିରେ ଧିରେ ସକ୍ରିୟ ହେବାକୁ ଲାଗିଛି । ଦଲାଲ ମାନେ ବିଭିନ୍ନ ଲୋଭ ଦେଖାଇ ଶ୍ରମିକ ମାନଙ୍କୁ ବାହାର ରାଜ୍ୟକୁ ନେଇ ଯାଉଛନ୍ତି । ଧିରେ ଧିରେ ଉତ୍କଟ ହେଇଛି ଲାଞ୍ଜିଗଡର ଶ୍ରମିକ ସମସ୍ୟା । ପଞ୍ଜିକୃତ ହୋଇନଥିବାରୁ ଅନେକ ଶ୍ରମିକ ଆପଦ ବିପଦ ସମୟରେ ସରକାରୀ ସାହାଯ୍ୟ ପାଉନାହାନ୍ତି । ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ଯାଇ କିଏ ପଙ୍ଗୁ ହୋଇ ଫେରୁଛି ତ କିଏ ଶବ ହୋଇ ଫେରୁଛି । ଆଉ କିଏ ବିଭିନ୍ନ ରୋଗରେ ପିଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଗତ କିଛିଦିନ ତଳେ ଲାଞ୍ଜିଗଡ ବ୍ଲକର ଘୋଡାପୋଖେର ଗାଁର ଜଣେ ଦାଦନ ଯୁବକ କୁମୁଟି ଜାଲ କେରଳରେ ମୃତ୍ୟୁ ବରଣ କରି ଘରକୁ ଶବ ହୋଇ ଫେରିଥିବା ବେଳେ ଏବେ ପୁଣି ଜଣେ ଯୁବତିର ମୃତ୍ୟୁକୁ ନେଇ ଜିଲ୍ଲାର ବୁଦ୍ଧିଜୀବି ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

__________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.