କଳାହାଣ୍ଡି ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ

ଭବାନୀପାଟଣା,୧୬/୧ : ୨୪ତମ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ଅବସରରେ ଆଜି ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଆୟୋଜିତ ହୋଇଛି। ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ କବି ନରେନ୍ଦ୍ର କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଥାକାର ସୁକାନ୍ତ ସାହୁ, ‘ସାହିତ୍ୟ କଥା’ର ସମ୍ପାଦକ ସକିତ ରତେ, ସହକାରୀ ଜିଲ୍ଲାପାଳ ଶଙ୍କର ବାଗ ପ୍ରମୁଖ ମଂଚାସୀନ ଥିଲେ। କବି ସମ୍ମିଳନୀ ଉପସମିତିର ଅଧ୍ୟକ୍ଷ ଡ. ତପନ କୁମାର ରଥ ସଭାପତିତ୍ୱ କରିଥିବା ବେଳେ ଯୁଗ୍ମାଧ୍ୟକ୍ଷ ସନ୍ତୋଷ କୁମାର ରଥ ମଂଚ ପରିଚାଳନା କରିଥିଲେ। ଉପସମିତିର ଆବାହକ ସତ୍ୟନାରାୟଣ ମୁଣ୍ଡଛିନା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

 

ଏହି ଅବସରରେ ଜିଲ୍ଲାର କବିମାନଙ୍କ ଚୟନିତ କବିତାର ବାର୍ଷିକ ସଂକଳନ ‘ନିଶାନ୍’ ଉନ୍ମୋଚିତ ହୋଇଥିଲା। କବି ହେମନ୍ତ ସାହୁ, ଡିଲେଶ୍ୱର ରଣା, ସୁଶୀଲ କୁମାର ବାଗ, ନଳିନୀକାନ୍ତ ଦାଶ, ଅର୍ଜୁନ ଗୋପାଳ, ମାନସ ପଣ୍ଡା, ସୁମତି ମୁଣ୍ଡ ଓ ଲିପ୍ସାମୟୀ ଦୁବେ କବିତା ସଂଯୋଜନା କରିଥିଲେ। ଏଥିରେ ଉପସମିତିର ସଦସ୍ୟ ଜୟଦ୍ରଥ ସୁନା, ସୁଧୀର କୁମାର ଧଙ୍ଗଡ଼ାମାଝୀ, ଯାଦବେନ୍ଦ୍ର ସାହା, ବିଶ୍ୱରଂଜନ ପଣ୍ଡା, ସୁମିତା ପଟ୍ଟନାୟକ ଓ କଳ୍ପନା ରଥ ସହଯୋଗ କରିଥିଲେ। ଜିଲ୍ଲାର କୋଣଅନୁକୋଣରୁ ଶତାଧିକ କବି କବିତା ପାଠ କରିଥିଲେ।

Pearl dental clinic
Near Ashish Medical Store, Bhawanipatna
ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.