ନର୍ଲା ପୁଲିସର ଜନ ସମ୍ପର୍କ ଶିବିର

ଲାଞ୍ଜିଗଡ,୨୨/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଭୂର୍ଟିଗଡ଼ ଗ୍ରାମପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ନର୍ଲା ପୁଲିସ ତରଫରୁ ଏକ ପୁଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ନର୍ଲା ଥାନା ଆଇଆଇସି ରମଣୀ ରଞ୍ଜନ ଦଲେଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ କଳାହାଣ୍ଡି ଏସପି ବି. ଗଙ୍ଗାଧର ଯୋଗଦେଇ ଅଞ୍ଚଳ ବାସୀଙ୍କୁ ପୋଲିସ ସହିତ ନିର୍ଭୟବନ୍ଧୁତ୍ବ ସ୍ଥାନପନକରି ନିଜ ଅଞ୍ଚଳ କୁ ବିକାଶ ପଥ ଆଗେଇନେବାକୁ ଆହ୍ବାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡିସିନାଲ ଏସପି ଗୋପିନାଥ ମଣିପାତ୍ର, କେସିଙ୍ଗା ଏସ ଡି ପିଓ ଗୁପ୍ତେଶ୍ବର ଭୋଇ, ବିଦ୍ବୁତ ବିଭାଗ ଏସଡିଓ ଦୀପକ କୁମାର ବେହେରା, ଲାଞିଗଡ ରୋଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଟଙ୍କଧର ମାଝୀ, ସମିତି ସଭ୍ୟ କନୈଜ କୁମାର ରାଉତ, କର୍ମଦ୍ଧା ଗ୍ରାମ ପଞ୍ଚାୟତ ର ସରପଞ୍ଚ କୁନ୍ତି ପାତ୍ର, ସମିତି ସଭ୍ୟ ଜଗଦୀଶ ବେନିଆ, ସ୍ଥାନୀୟ ସରପଞ୍ଚ ଘାସୀରାମ ପାତ୍ର, ସମତି ସଭ୍ୟା ବିଳାସ ନାଏକ ଓ ପଞ୍ଚାୟତ ର ନାଏବ ସରପଞ୍ଚ ସମେତ ଓ୍ବାର୍ଡ଼ ସଭ୍ୟ ଯୋଗଦେଇଥିଲେ। ଭୂର୍ଟିଗଡ଼ ପଞ୍ଚାୟତ ର ପାଞ୍ଚ ଶହରୁ ଉର୍ଦ୍ଧ୍ବ ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇସ୍ପେସାଲିଷ୍ଟ ଆରଏନ ପରିଡ଼ା ଓ ଅଖୟ କୁମାର ଓଝା ଆଖି ଓ ସ୍ବାସ୍ଥ୍ୟ ଚିକିତ୍ସାକରି ପୁରୁଷ ଓ ମହିଳା ଙ୍କୁ ୪୩୦ଜଣ ଓଷଧ ୧୦୦ଜଣ ପୁରୁଷ ଓ ମହିଳା ଙ୍କୁ ଚଷମା ବଣ୍ଟନ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

ସେହିପରି କମ୍ବଳ, ଶାଲ, ଟିସାର୍ଟ, ଟର୍ଚଲାଇଟ, ଛତା, ମହିଳାଙ୍କ ପାଇଁ ଶାଢ଼ୀ, ସ୍କୁଲର ଛାତ୍ରଛାତ୍ରୀ ଙ୍କ ପାଇଁଖାତା ଡ଼ଟ୍, ଯୁବକ ମାନଙ୍କ ପାଇଁ ଖେଳସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ଅଞ୍ଚଳର କଳାକାର, ନର୍ଲା ର ଘୁମୁର ଦଲ, ଲାଞିଗଡ଼ ରୋଡ଼ ର ଶିଶୁ କଳାକାର ବିପାସା,ମମତା ଓ କର୍ମଦ୍ଧାର ଲୋକ କଳାକାର କଳାକାର ଲୋଚନ ମାଝୀ ନିଜନିଜ କଳା ପ୍ରଦର୍ଶନ କରିଥିଲେ। ଏହି ସଚେତନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସରଜେଣ୍ଡ଼ ଶାନ୍ତୁନୁ କୁମାର ପ୍ରଧାନୀ ଓ ସହଯୋଗ କରିଥିଲେ ନର୍ଲା ଏଏସଆଇ ରାଜେନ୍ଦ୍ର ମହାପାତ୍ର, ଗୈରୀଶଙ୍କର ଦାସ,ଜୟଶଙ୍କର ପରିଡ଼ା ଓ ସିକେରକୂପା ଫାଣ୍ଡି ଅଧିକାରୀ ବିଜୁରାମ ବାଗ ପ୍ରମୁଖ ।

Udyog Nursery
Udyogi Nursery

Report by Gopaldas Mahanand, Correspondent Lanjigarh odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.