ଲାଞ୍ଜିଗଡ଼ ବ୍ଲକରେ ପୁଣି ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ଧାନ ଚାଉଳ କଲେ ନଷ୍ଟ 

ଲାଞ୍ଜିଗଡ଼ ୨୪/୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଦୂର୍ଗମ ଅଞ୍ଚଳରେ କିଛି ମାସମାସ ଧରି ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ହାତୀପଲ ରାତି ହେଲେ ଗାଁ କୁ ପଶି ଫସଲ ନଷ୍ଟ କରିବା ସହ ଘର ଦ୍ଵାରା ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି । ବର୍ତ୍ତମାନ ବେଡାଗାଁ ପଞ୍ଚାୟତ ର ବିଭିନ୍ନ ଗାଁରେ ହାତୀପଲ ଉତ୍ପାତ କରିବା ସହିତ ଘରଦ୍ଵାର ଭଙ୍ଗାରୁଜା କରିଥିବା ବେଳେ ଏବେ କାନକୁଟ୍ରୁ ପଞ୍ଚାୟତର ବିଭିନ୍ନ ଜଙ୍ଗଲ ରେ ରହି ରାତି ହେଲେ ଗାଁକୁ ଆସି ରଡ଼ି ଛାଡୁଛନ୍ତି । ଗତ ଶନିବାର ରାତିରେ ତଲକାଳସୁର ଗାଁକୁ ଆସି ଗାଁର ବୁଡୁ ମାଝୀ ଙ୍କ ଘର ସାମ୍ନାରେ ରଡ଼ି ଛାଡିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଘର ସାମ୍ନାରେ ହାତୀର ଗର୍ଜନ ଶୁଣୀ ବୁଡୁ ମାଝୀ ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ଘର ପଛପଟୁ ବାହାରି ଯାଇଥିଲେ । ପରିବାର ଲୋକେ ଭୟରେ ଘରୁ ବାହାରି ଯିବାବେଳେ ଦୁଇଟି ହାତୀ ବୁଡୁ ଙ୍କ ମାଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଘରେ ଥିବା ବିଭିନ୍ନ ସାମଗ୍ରୀକୁ ନଷ୍ଟ କରିଦେଇଥିଲେ । ହାତୀ ଉପଦ୍ରବ ଯୋଗୁଁ ବୁଡୁ ମାଝୀ ଙ୍କ ପରିବାର ସର୍ବସ୍ବାନ୍ତ ହୋଇ ପଡ଼ିଥିବା ବେଳେ ରହିବା ଘର ଭାଙ୍ଗିଦେବାରୁ ବୁଡୁ ମାଝୀ ଙ୍କ ପରିବାର ରହିବା ମୁସ୍କିଲ ହେଇଯାଇଛି ଏବେ ତାଙ୍କ ପରିବାର ପର ଘରେ ଆଶ୍ରୟ ନେଇ ଥିବାବେଳେ ତୁରନ୍ତ ସରକାରୀ ସହାୟତାର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟା ମହାନନ୍ଦ ଖବର ପାଇ ସଙ୍ଗେ ସଙ୍ଗେ ବିଶ୍ୱନାଥପୁର ବନବିଭାଗ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେଇଥିବା ରେଞ୍ଜର ଶ୍ରୀ ମହାନନ୍ଦ ପ୍ରକାଶ ଦେଇଛନ୍ତି ।

Udyog Nursery
Udyogi Nursery
Report : Dukhishayam Nag (Nilesh), Correspondent Lanjigarh OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://it.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.