ଦୃଷ୍ଟିହୀନ ଦିବ୍ୟାଙ୍ଗ ପିଲାଙ୍କ ସହିତ ଅଙ୍କିତା ଫାଉଣ୍ଡେସନ୍ ପାଳନ କଲା ଫଗୁ ଉତ୍ସବ

ରଙ୍ଗ ବଦଳରେ ବ୍ୟବହାର କଲେ ଚନ୍ଦନ

Omkar Vasthu
Omkar Vasthu

ବାଲେଶ୍ୱର,(କୃଷ୍ଣ କୁମାର ମହାନ୍ତି) : ଅବହେଳିତ ଶିଶୁ ଓ ଅସହାୟ ମହିଳାଙ୍କ ସାମାଜିକ ସୁରକ୍ଷା ଓ ବିକାଶ ଦିଗରେ ଅବିରତ କାର୍ଯ୍ୟ କରୁଥିବା ସମାଜସେବୀ କଳ୍ପାଶା ଅଙ୍କିତା ଏବଂ ତାଙ୍କ ସ୍ଥାପିତ କଳ୍ପାଶା ଫାଉଣ୍ଡେସନ୍ ପକ୍ଷରୁ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଫଗୁ ଉତ୍ସବ ଭିନ୍ନ ଭାବରେ ପାଳିତ ହୋଇଯାଇଛି ।ଫାଉଣ୍ଡେସନ୍ ତରଫରୁ ବାଲେଶ୍ୱର ରାଣୀପାଟଣା ସ୍ଥିତ ଚକ୍ଷୁହୀନ ଦିବ୍ୟାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଗହଣରେ ‘ବାଲେଶ୍ୱର ସୁନ୍ଦରୀ’ କଳ୍ପାଶା ନିଜେ ଉପସ୍ଥିତ ରହି ଏକ ନିଆରା ଢଙ୍ଗରେ ଫଗୁ ଉତ୍ସବକୁ ଉପଭୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଦୃଷ୍ଟିହୀନ ପିଲାମାନେ ଫଗୁ ଖେଳର ରଙ୍ଗକୁ ଦେଖିପାରୁ ନଥିବା ବେଳେ ସେମାନଙ୍କ ସହିତ ରଙ୍ଗର ଏହି ଖେଳ ଆୟୋଜନ କରି ସେମାନଙ୍କୁ ଏହାର ପ୍ରକୃତ ସ୍ୱାଦ ଓ ଆନନ୍ଦ ଦେବା ଥିଲା ଫାଉଣ୍ଡେସନ୍‌ର ଲକ୍ଷ୍ୟ ବୋଲି ଅଧ୍ୟକ୍ଷା କଳ୍ପାଶା କହିଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଇବା ସହିତ ସେହି କମଳମତି ପିଲାଙ୍କ ଭିତରୁ ଯେଉଁମାନେ ପ୍ରତିଭାବାନ ସେମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଫଳରେ ସେମାନଙ୍କ ଭିତରେ ଆନନ୍ଦ ଉତ୍ପନ୍ନ ହୋଇପାରିବ ବୋଲି ସେ କହିଥିଲେ ।

ହୋଲିରେ ରଙ୍ଗ ପରିବର୍ତ୍ତେ ଚନ୍ଦନ ଟୀକା ଲଗାଇ ସୁବାସିତ ଚନ୍ଦନର ପ୍ରଲେପ ସହିତ ସମସ୍ତ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟା ଯାଇଥିଲା । ପିଲାମାନେ ସମସ୍ତେ ଏକ ସଙ୍ଗରେ ‘ହରେକୃଷ୍ଣ ହରେକୃଷ୍ଣ’ ଜପ କରିବା ସହିତ ବର୍ତ୍ତମାନ କରୋନା ଭାଇରସ୍‌କୁ ନିଷ୍କ୍ରିୟ କରିବା ପାଇଁ ସଚେତନ ହେବାକୁ ଆହ୍ୱାନ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଣୀପାଟଣା ସ୍ଥିତ ଅନ୍ଧବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଫାଉଣ୍ଡେସନ୍ ପକ୍ଷରୁ ନିଜେ ଅଧ୍ୟକ୍ଷା କଳ୍ପାଶା ଉପସ୍ଥିତ ରହିବା ସହ ସମ୍ପାଦକ ଅନୀଲ କୁମାର ପ୍ରଧାନ, ଡକ୍ଟର ରଶ୍ମି ଦାସ, ଇତ୍ୟାସା ସ, ରୀତିକା ସ, ଇଂଜିନିୟର୍ କଳ୍ପାଶା ଅଙ୍କିତା ସ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଫଳରେ ସାମାଜିକ ଦାୟିତ୍ୱ ନିର୍ବାହ କରିବା ସହ କଳ୍ପାଶା ଅଙ୍କିତା ଫାଉଣ୍ଡେସନ୍ ଦିବ୍ୟାଙ୍ଗ ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ବିତରଣ କରିପାରିଥିଲେ ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.