ବାଲେଶ୍ୱର,୧୭/୩(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ବାଲେଶ୍ୱରର ଜଣାଶୁଣା ଯୁବନେତା ତଥା ଜିଲ୍ଲା ଶିଶୁମଙ୍ଗଳ ସଦସ୍ୟ ଆଶିଷ ଘୋଷ ଓଡ଼ିଶା ଅଭିଭାବକ ମହାସଂଘର ବାଲେଶ୍ୱର ଜିଲ୍ଲା ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ଅଭିବାବକ ମହାସଂଘର ରାଜ୍ୟ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ବିଧିବଦ୍ଧ ଭାବେ ଶ୍ରୀ ଘୋଷଙ୍କ ନାମ ଘୋଷଣା କରିଛନ୍ତି । ଏଥିପାଇଁ ଶ୍ରୀ ଘୋଷ ରାଜ୍ୟ ଅଧ୍ୟକ୍ଷ ଏବଂ ରାଜ୍ୟ କାର୍ଯ୍ୟର୍କତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ଓଡ଼ିଶା ଅଭିଭାବକ ମହାସଂଘ ବାଲେଶ୍ୱର ୟୁନିଟ ସମସ୍ତ ସରକାରୀ, ବେସରକାରୀ, ପ୍ରି-ନର୍ସରୀ, ସେକେଣ୍ଡାରୀ, ଉଚ୍ଚ ସେକେଣ୍ଡାରୀ, ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ, ଟେକ୍ନିକାଲ୍ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା, ଓଡ଼ିଶା ବାହାରର ସମସ୍ତ ଶିକ୍ଷାନୁଷ୍ଠାନର ଅଭିବାବକମାନଙ୍କୁ ଏଥିରେ ସଂପୃକ୍ତ କରାଯିବ ବୋଲି ସଂଘ ଲକ୍ଷ୍ୟ ରଖିଛି ଏବଂ ଖୁବ୍ ଶିଘ୍ର ଜିଲ୍ଲାର ସମସ୍ତ ବ୍ଲକ୍,ମ୍ୟୁନିସିପାଲିଟି ଏବଂ ଏନ୍.ଏ.ସି.ର କାଯ୍ୟର୍କତ୍ତାଙ୍କୁ ନିଯୁକ୍ତ କରାଯିବା ସହ ସମସ୍ତ କାଯ୍ୟକର୍ତ୍ତା ଓଡ଼ିଶା ଅଭିବାବକ ମହାସଂଘର ଅଧିନରେ କାର୍ଯ୍ୟ କରିବେ ବୋଲି ଶ୍ରୀ ଘୋଷ ଜଣାଇଛନ୍ତି । ଜିଲ୍ଲାର ସମସ୍ତ ଅଭିଭାବକଙ୍କୁ ଏହି ସଂଗଠନ ସହିତ ଯୋଡ଼ିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲା ଆବାହକ ଆଶିଷ ଘୋଷ ।