ଜନତା କର୍ଫ୍ୟୁ : ସାରା ରାଜ୍ୟର ରାସ୍ତାଘାଟ ଜନଶୂନ୍ୟ

ଭୁବନେଶ୍ବର,୨୨/୩: ମହାମାରୀ କରୋନା ଭୁତାଣୁ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନତା କର୍ଫ୍ୟୁ ପାଇଁ ଆହ୍ଵାନ ଦେଇଛନ୍ତି। ଏହାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରି ଘରେ ରହିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ଦେଶବାସୀଙ୍କ ଭଳି ରାଜ୍ୟବାସୀ ମଧ୍ୟ ଏହାକୁ ସମର୍ଥନ କରି ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି କରୋନା ସହ ଲଢ଼ିବାକୁ ସଂକଳ୍ପ ନେଇଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଏଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

Udyog Nursery
Udyogi Nursery

ଜନତା କର୍ଫ୍ୟୁର ପ୍ରଭାବ ରାଜ୍ୟର ଗାଁରୁ ସହର ଯାଏଁ ଦେଖିବାକୁ ମିଳିଛି। ରାଜରାସ୍ତା, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ବଜାର, ବସ୍ତି ସବୁ ଜନଶୂନ୍ୟ ହୋଇପଡ଼ିଛି। ଭୁବନେଶ୍ବରରୁ ଆରମ୍ଭ କରି ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ରାସ୍ତା ଘାଟ ଶୁନଶାନ ହୋଇପଡ଼ିଛି।

ତେବେ ଏହି ଜନତା କର୍ଫ୍ୟୁ ସମୟରେ କ୍ଷୀର, ଔଷଧ, କିରାନା ଦୋକାନା, ପନିପରିବା ଦୋକାନ, ପେଟ୍ରୋଲ ପମ୍ପ ଆଦି ଖୋଲା ରହିଛି। ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍, ପାନୀୟ ଜଳ ଓ ବିଦ୍ୟୁତ ସେବା ଜାରି ରହିଛି।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.