ଜନତା କର୍ଫ୍ୟୁକୁ ଅଦ୍ଭୁତପୂର୍ବ ସମର୍ଥନ

ଧର୍ମଗଡ଼/କର୍ଲାମୁଣ୍ଡା,୨୨/୩ : ଦିର୍ଘ ୧୪ ଘଣ୍ଟା ପରେ ଜନତା କର୍ଫ୍ୟୁ ସମାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ହୋଇଥିବା ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ ମିଳିଛି । ଗାଁଠୁ ସହର ସମସ୍ତ ଶ୍ରେଣିର ଲୋକ ଏହି କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି । ଅତି ଆବଶ୍ୟକ ନପଡିଲେ ଘରୁ କେହି ବାହାରି ନଥିଲେ । ରାସ୍ତା ଘାଟ ଜନଶୂନ୍ୟ ହୋଇ ପଡିଥିଲା । କରୋନ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏହା ଏକ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ଏହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ବାସୀ ମଧ୍ୟ ‘ଜନତା କର୍ଫ୍ୟୁ’କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଜିଲ୍ଲାର ମ.ରାମପୁର, କର୍ଲାମୁଣ୍ଡା,ରିଞ୍ଜା, ଟକାରୁମାଲ, ନର୍ଲା, ରୁପ୍ରାରୋଡ, କେସିଙ୍ଗା, ଧର୍ମଗଡ, ରୁଫ୍ରା, ଜୁନାଗଡ, ଭବାନୀପାଟଣା, ଲାଞ୍ଜିଗଡ, ଥୁଆମୁଲ ରାମପୁର, ରିଷିଡା, ତୁଲାପଡା, ସରିଆଁ, କୋକସରା, ମୋଟେର, ଜୟପାଟଣା, କଲମପୁର, ବେହେରା, ଲାଞ୍ଜିଗଡ ରୋଡ, ବିଶ୍ବନାଥପୁର, ଦେପୁର, ଦାଦପୁର ସମେତ ଗାଁ ଗାଁର ଜନତା ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହିଥିଲେ ।

ସନ୍ଧ୍ୟା ୫ଟାରେ ଅନେକ ଲୋକ ଘରୁ ବାହାରି ତାଳି, ଥାଳି, ଶଙ୍ଖ ଆଦି ବାଦନ କରିଥିଲେ । ଏହି ସମୟ ମଧ୍ୟରେ ଜିଲ୍ଲାର ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଲୋକେ ସ୍ବଇଚ୍ଛାରେ ଘରୁ ବାହାରି ନଥିଲେ । କଳାହାଣ୍ଡି ଜନତା ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ନିଜେ ସୁରକ୍ଷିତ ରହିବାସହ ଦେଶ ବାସୀଙ୍କୁ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତ ଓ କର୍ଲାମୁଣ୍ଡ ପ୍ରତିନିଧି ବାଲକୁମାର ସାହୁଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.