କରୋନା ପାଇଁ ପରିବା ବଜାର ମିନି ଷ୍ଟାଡିୟମକୁ ସ୍ଥାନାନ୍ତର : ୧୫ ଅସ୍ଥାୟୀ ଶିବିର 

ବୀରମହାରାଜପୁର,୨୩/୩(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଠାରେ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନ ପକ୍ଷରୁ ଡାକବାଜୀ ଓ ପ୍ରଚାର ପତ୍ର ଯୋଗେ ଲୋକଙ୍କୁ ସଚେତନ କରାଯିବା ସହ ବୀରମହାରାଜପୁର ବ୍ଲକର ୧୫ଟି ପଞ୍ଚାୟତରେ ଗୋଟିଏ ଲେଖାଁଏ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ଖୋଲାଯାଇଛି । ବାହାର ରାଜ୍ୟରୁ ଗାଁ କୁ ଫେରିଥିବା ଲୋକଙ୍କ ପଞ୍ଜୀକରଣ କରାଯିବା ସହିତ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଏହି ଶିବିରରେ ପରିକ୍ଷା କରାଯାଇପାରିବ । ସେହିଭଳି ବୀରମହାରାଜପୁର ମୁଖ୍ୟ ଛକଠାରେ ପ୍ରତେକ ଦିନ ସକାଳେ ବସୁଥିବା ଦୈନିକ ପରିବା ବଜାର ନିକଟସ୍ଥ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ସୋମବାର ଠାରୁ ଚଳିତ ମାର୍ଚ୍ଚ ଶେଷଯାଏ ଏହା ବୀରମହାରାଜପୁର ହାଇସ୍କୁଲ ପଡିଆ ଠାରେ ବସିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯୋଗେ ଘୋଷଣା କରାଯାଇଛି । ମୁଖ୍ୟ ଛକଠାରେ ଦୈନିକ ପରିବ ବଜାର ସଂକୀର୍ଣ୍ଣ ପରିସର ଓ ଭୀଷଣ ଗହଳିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ବ୍ଲକ କାର୍ଯ୍ଯାଳୟ ଠାରେ ଏଥି ପାଇଁ ଅନୁଷ୍ଠିତ ଏକ ବୈଠକରେ ବିଡିଓ ମୋତିଲାଲ ସୁଲିଆ, ତହସିଲଦାର ଦିଲ୍ଲୀପ ସାହୁ, ଚମ୍ପାମାଳ ସରପଞ୍ଚ ରେବତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.