ଆରପାରିରେ ନିୟମଗିରି ସୁରକ୍ଷା ସମିତି ଆବାହକ କୁମୁଟି ମାଝୀ

ଲାଞ୍ଜିଗଡ,୨୭/୩ : ନିୟମଗିରୀ ସୁରକ୍ଷା ସମିତିର ଆବାହକ କୁମୁଟି ମାଝୀଙ୍କ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସେ କିଡନୀ ରୋଗରେ ପିଡ଼ିତ ଥିଲେ । 

ବେଦାନ୍ତ ବିରୁଦ୍ଧରେ ଆଦିବାସୀଙ୍କୁ ଏକତ୍ରିତ କରି ନିୟମଗିରୀ ସୁରକ୍ଷା ଜନ ଆନ୍ଦୋଳନର ଅନ୍ୟତମ ପୁରୁଖା ନେତା ଥିଲେ କୁମଟି ମାଝୀ । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆଦିବାସୀଙ୍କ ପକ୍ଷ ରଖିବାକୁ କୁମଟି ଦେଶ ଓ ବିଦେଶରେ ବହୁ ସେମିନାର ରେ ଯୋଗଦାନ କରିଥିଲେ। ଯେଉଁଥି ପାଇଁ ନିୟମଗିରି ସୁରକ୍ଷା ଆନ୍ଦୋଳନକୁ ସମର୍ଥନ ମିଳିବାରେ ସହାୟକ ହୋଇଥିଲା । ମାନବ ସମାଜ ଜଣେ ଦକ୍ଷ ସଚ୍ଚୋଟ ନିଃସ୍ଵାର୍ଥପର ଆଦିବାସୀ ନେତାଙ୍କୁ ହରାଇଲା ବୋଲି ତାଙ୍କ ଅକାଳ ବିୟୋଗ ରେ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଆଜି ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର, ଚମ୍ପଦେଇପୁର,ଛତ୍ରପୁର, ବତେର୍ଲିମା, ବସନ୍ତ ପଡା ,ଲାଞ୍ଜିଗଡ, ତ୍ରିଲୋଚନପୁର ଆଦି ଅଞ୍ଚଳରୁ ଅନେକ ଲୋକ ଅନ୍ତିମ ଦର୍ଶନ କରିବା ପାଇଁ ଉପସ୍ଥିତ ଥିବା ବେଳେ ନିୟମଗିରି ସୁରକ୍ଷା ସମିତି ର ଲିଙ୍ଗରାଜ ଆଜାଦ, ସତ୍ୟ ମହାର ଶବ ସତ୍କାରରେ ଯୋଗ ଦେଇ ଅନ୍ତିମ ଦର୍ଶନ କରିଥିଲେ l ନିୟମଗିରି ଅଂଚଳରୁ ଅନେକ ଆଦିବାସୀ ସଂଗ୍ରାମି ନେତା ଯୋଗ ଦେଇଥିଲେ । ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପଲ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ ପ୍ରମୁଖ କୁମୁଟି ମାଝୀଙ୍କ ଆତ୍ମାର ସଦ୍ଗତି ପାର୍ଥନା କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ କୁଣଜି ମାଝି, ବଡ଼ ପୁଅ ରମେଶ ମାଝୀ, ସାନ ପୁଅ ଗଣେଶ ମାଝୀ, ଝିଅ ରାଜ କୁମାରୀ ମାଝୀ ଓ ବନ୍ଧୁ ବର୍ଗ ଉପସ୍ଥିତ ଥିବା ବେଳେ କୁମୁଟି ମାଝୀଙ୍କ ଦୁଇପୁଅ ମୁଖାଗ୍ନି ଦେଇଥିଲେ । ଶେଷ ଦର୍ଶନପାଇଁ ତାଙ୍କ ଜନ୍ମ ମାଟି କେନ୍ଦୁବରଡ଼ିରେ ଅନେକ ଜନ ସମାଗମ ହୋଇଥିଲା ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.