ବଲାଙ୍ଗିର,୨୭/୩ : କରୋନା ଦିନ କୁ ଦିନ ସାରା ବିଶ୍ବରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ବଲାଙ୍ଗିରରେ ନିୟମ ଭାଙ୍ଗି ଥିବାରୁ ୧୫ ଜଣଙ୍କୁ ଅଟକ ରଖିଛି ଟାଉନ୍ ପୋଲିସ । ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ବଲାଙ୍ଗିର ଟାଉନ୍ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଲକ୍ ଡାଉନ୍ ପାଇଁ ବଲାଙ୍ଗିର ପୋଲିସ ପ୍ରତ୍ୟେକ ସ୍ତରରେ ସଜାଗ ରହିଛି ବୋଲି ଟାଉନ୍ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।