Coronavirus : ବଲାଙ୍ଗିର ପୌର ପାଳିକାର ଅଭିନବ କାର୍ଯ୍ୟ

ବଲାଙ୍ଗିର,୨୭/୩ : ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଚି କରିଛି ମହାମାରୀ କରୋନା ଭୁତାଣୁ । ସାରା ଭାରତ ଲକଡାଉନ ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବଲାଙ୍ଗିର ପ୍ରଶାସନ ତରଫରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୌରପାଳିକା ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏକ ଅଭିନବ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ନଜରକୁ ଆସିଛି ।

ପ୍ରଥମତଃ ସହରରେ ମସାର ପ୍ରାଦୁର୍ଭାବ ବହୁ ପରିମାଣରେ ଥିବାରୁ ଯଥା ସମ୍ଭବ ସହରର ଗଳି କନ୍ଦି ମାନଙ୍କୁ ଯାଇ ମଶା ମାରିବା ଧୂଆଁ, ଗାଡି ମାଧ୍ୟମରେ ବୁଲିଥିଲା । ଆଉ ଏକ ଅଭିନଵ ପ୍ରୟାସ ହେଲା ସହରର ଅନେକ ଜନ ଗହଳି ସ୍ଥାନ ମାନଙ୍କରେ ଅଗ୍ନି ନିର୍ବାପକ ଯାନ ମାଧ୍ୟମରେ “ବ୍ଲିଚିଂ ପାଉଡ଼ର” ମିଶା ପାଣି ନଳୀ ସାହଯ୍ୟରେ ସିଞ୍ଚା ହୋଇଥିଲା। ପୌରପାଳିକାର ଉକ୍ତ କାର୍ଯ୍ୟକୁ ବଲାଙ୍ଗରର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.