COVID-19 ମୁକାବିଲା ପାଇଁ ଉତ୍କଳ ଆଲୁମିନାର ପ୍ରତିଷେଧମୂଳକ ପଦକ୍ଷେପ

କାଶିପୁର,୨୮/୩ : ବିଶ୍ବ ଏବେ ମହାମାରୀ କରୋନା (କୋଭିଡ୍-୧୯) କବଳରେ ଥିବାବେଳେ ସାରା ଭାରତରେ ଲକଡାଉନ ଘୋଷିତ ହୋଇଛି । ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି ସ୍ଥିତିରେ ଆଦିତ୍ୟ ବିର୍ଲା ଗ୍ରୃପ୍ ର ଉତ୍କଳ ଆଲୁମିନା କମ୍ପାନୀ ସ୍ଥାନୀୟ ପ୍ରଶାସନ ସହ ହାତ ମିଳାଇ କୋରାନା ବିରୁଦ୍ଧରେ ଲଢିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ରେ ଥିବା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍‌, ଦୋରାଗୁଡ଼ା ପକ୍ଷରୁ ସ୍ଥାନୀୟ ସମାଜ ଏବଂ ଜିଲ୍ଲା ପ୍ରଶାସନ ସମନ୍ୱୟରେ କୋଭିଡ-୧୯ ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । କମ୍ପାନୀ ପକ୍ଷରୁ ସୂଚୀତ କରାଯାଇଛିକି, ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଜରିଆରେ ସମସ୍ତ ଅଂଶୀଦାରଙ୍କ ସହ ମିଶି ୟୁଏଆଇଏଲ୍ ନିରନ୍ତର ଭାବେ କାର୍ଯ୍ୟ କରୁଛି । ଉତ୍କଳ ଆଲୁମିନା ପରିସରରେ ଥିବା ମେଡିକାଲ୍ କେନ୍ଦ୍ରରେ ଏହି ଲଢ଼େଇ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ପାଳନ କରି ପ୍ରସ୍ତୁତି କରାଯାଇଥିବା ଜଣାଯାଇଛି । କାରଖାନା ଭିତରେ ଏବଂ ଆଖପାଖରେ ରହୁଥିବା ଲୋକମାନଙ୍କୁ କୋଭିଡ୍‌-୧୯ ବିଶ୍ୱ ମହାମାରୀରୁ ସୁରକ୍ଷା ପାଇଁ ପ୍ରତିଦିନ କାର୍ଯ୍ୟ ଜାରି ରହିଥିବା ଦେଖାଯାଇଛି । ଏହାସହ କମ୍ପାନୀ ପକ୍ଷରୁ ଆଖପାଖ ଗ୍ରାମରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ବିଷୟରେ ଘୋଷଣା କରିବା, ଲିଫ୍‌ଲେଟ୍ ଓ ମାସ୍କ ବଂଟନ କରିବା ଆଦି ଚାଲିଛି । ବର୍ତମାନ ସୋଡିୟମ ହାଇପୋକ୍ଲୋରାଇଡ୍ ମିଶ୍ରଣକୁ ସିଂଚନ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ କିଛି ଗ୍ରାମରେ ତାହାକୁ କାର୍ଯ୍ୟକାରୀ କରାଯାଇଛି । ୨୦୨୦ ମାର୍ଚ୍ଚ ୨୬ରେ ଟିକିରି ଗ୍ରାମରୁ ଏହି ସିଂଚନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୭ରେ ନୂଆପଡ଼ା ଛକ ଏବଂ ୨୮ରେ କାଶିପୁରରେ ଜାରି ରହିଛି । ଆଗାମୀ ଦିନରେ ଅନ୍ୟ ସ୍ଥାନଗୁଡ଼ିକରେ ଏହି କାର୍ଯ୍ୟ ହେବ ବୋଲି କମ୍ପାନୀ ସୂତ୍ରରୁ ପ୍ରକାଶ ।

Udyog Nursery
Udyogi Nursery

କମ୍ପାନୀର ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପକୁ ନଜରରେ ରଖି ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଓ ସଭାପତି ଏନ୍ ନାଗେଶ କହିଛନ୍ତି ଯେ, “ସମସ୍ତଙ୍କୁ ସୁରକ୍ଷିତ ରଖିବା ଲାଗି ୟୁଏଆଇଏଲ୍ ନିରନ୍ତର ଭାବେ କାର୍ଯ୍ୟ କରୁଛି ଏବଂ ସେଥିପାଇଁ ପ୍ରତିଦିନ ଆମେ ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ପଦକ୍ଷେପ ନେଉଛୁ । ଏହାଦ୍ବାରା କାରଖାନା ଭିତରେ ଓ ଆଖପାଖରେ ଥିବା ଲୋକମାନଙ୍କ ଯତ୍ନ ନିଆଯିବା ନିଶ୍ଚିତ ହୋଇପାରିବ ଓ ଉପଯୁକ୍ତ ପରିମଳ ବଜାୟ ରହିପାରିବ । ପୁନଶ୍ଚ, ସଂସ୍ଥାଗତ ସଙ୍ଗରୋଧ (କ୍ୱାରାଂଟିନ) ଓ କୋଭିଡ୍‌-୧୯ର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଆମର ଉତ୍କଳ ହସ୍ପିଟାଲ୍‌କୁ ନେଇଛି । ଏହି ବିଶ୍ୱ ମହାମାରୀ ବିରୋଧରେ ଏକଜୁଟ ହୋଇ ଲଢ଼େଇ କରିବା ପାଇଁ ୟୁଏଆଇଏଲ୍ ଯଥା ସମ୍ଭବ ସହାୟତା ଯୋଗାଇ ଦେଉଛି । କୋଭିଡ୍‌-୧୯ ବିରୋଧରେ ଲଢ଼େଇ ପାଇଁ ଆମେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସମାଜ ସହିତ ମିଳିତ ହୋଇ କାର୍ଯ୍ୟ ଜାରି ରଖିଛୁ ଓ ରଖିବୁ ବୋଲି ଶ୍ରୀ ନାଗେଶ ପ୍ରକାଶ କରିଛନ୍ତି ।

ରାୟଗଡା ଜିଲ୍ଲା କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.