ବଲାଙ୍ଗିର,୨୮/୩ : କରୋନା ଭାଇରସ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ଆଜି ଲକ୍ ଡାଉନ୍ ର ଚତୁର୍ଥ ଦିନରେ ଆମେ ବଲାଙ୍ଗିର ଜିଲ୍ଲାର ଭାଲେର ପଞ୍ଚାୟତକୁ ପରିଦର୍ଶନ ରେ ଯାଇଥିଲୁ । ସେଠାକାର ଦୋକାନ ବଜାର ବନ୍ଦ ରହିଥିଲା ଓ ଲୋକେ ସରକାରଙ୍କ ନିୟମକୁ ପାଳନ କରୁଥିବା ଦେଖାଯାଇଥିଲା । ସେଠାକାର ହାଇସ୍କୁଲରେ ମଧ୍ୟ କରୋନା ପାଇଁ ରାଜ୍ୟ ସରକାର କରିଥିବା ନିୟମ ଅନୁସାରେ ୧୦ ଟି ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଗୃହ ର ବ୍ୟବସ୍ଥା କରାଯାଇଛି । କେତେ ଲୋକ ଙ୍କୁ ଛାଡ଼ିଦେଲେ ଲୋକ ସବୁ ଅନେକାଂଶରେ ସଚେତନ ଥିବା ଦେଖିବାକୁ ମିଳି ଥିଲା । ଏ ସମ୍ପର୍କରେ ଜିଲ୍ଲା ପରିଷଦ ସଭ୍ୟ ରାଜ କିଶୋର ନାଏକ କୁହନ୍ତି – ‘ଆମେ ସମସ୍ତେ ସଚେତନ ଅଛୁ ତଥାପି କିଛି ମାତ୍ରା ରେ ସଚେତନତାର ଅଭାବ ରହିଛି ।’ ସ୍ଵାସ୍ଥ୍ୟ କର୍ମୀ ବିନ୍ଦ୍ୟା ରାଣୀ ବାରିକ୍ କୁହନ୍ତି – ‘ଆମେ ଗାଁ ଗାଁ ଯାଇ ଲୋକଙ୍କୁ ସଚେତନ କରୁଛୁ ଲୋକେ ମଧ୍ୟ ସଚେତନ ହେଲେଣି ଓ ଆଗକୁ ଆମର ସେଚେତନତା ଜାରି ରହିବ ।’ ଶେଷରେ ସରପଞ୍ଚ ରେବତୀ ନାଏକ ନିଜର ପ୍ରତିକ୍ରିୟା ଦେଇ କହିଥିଲେ – ‘ସମସ୍ତେ ନିଜ ନିଜର କାର୍ଯ୍ୟ ମିଳିମିଶି କଲେ ଜନ ସଚେତନତା ବୃଦ୍ଧି ହେବା ସହ କରୋନାର ସଫଳ ମୁକାବିଲା କରି ହେବ ।’
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in
______________________________________