ଲକ୍ ଡାଉନ୍ ଗେଟ୍

କରୋନାକୁ ବାଟ ଓଗାଳିଲେ ଚନ୍ଦନପୁର ଗ୍ରାମବାସୀ

Omkar Vasthu
Omkar Vasthu

ଲାଞ୍ଜିଗଡ,୨୯/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଅନେକ ଗାଁରେ କରୋନା ସଂକ୍ରମଣକୁ ନେଇ ଜନ ସଚେତନତା ବଢିବାରେ ଲାଗିଛି । ଗାଁ ଲୋକେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଏକଜୁଟ ହେବାରେ ଲାଗିଛନ୍ତି । ବ୍ଲକର ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚନ୍ଦନପୁର ଗାଁରେ ‘ଲକ୍ ଡାଉନ୍ ଗେଟ୍’ ନିର୍ମାଣ ହୋଇଛି । ଶିବରାମ ଯୁବକ ସଂଘର କାର୍ଯ୍ୟକର୍ତ୍ତା ମାନେ ବାଉଁସ ଲାଠି ସାହାଯ୍ୟରେ ଗାଁ ମୁଣ୍ଡରେ ପ୍ରତିରୋଧକ ବାର୍ତ୍ତା ପ୍ରଦାନ କରିଛନ୍ତି । ଗାଁକୁ ପ୍ରବେଶ କରିବାକୁଥିବା ୩ଟି ପ୍ରବେଶପଥକୁ ଲାଠି ବାନ୍ଧି ସିଲ କରିଦିଆ ଯାଇଛି । ଏହି ରାସ୍ତା ଗୁଡିକ ହେଲା (୧) ଗୋଲାବନ୍ଧ ଠାରୁ ଚନ୍ଦନପୁର (୨) ଜୁଡାବନ୍ଧ ଠାରୁ ଚନ୍ଦନପୁର (୩) ରାୟଗଡ ଜିଲ୍ଲା ଠାରୁ ଚନ୍ଦନପୁର । ଏହି ରାସ୍ତାକୁ ସଂଘର ସଦସ୍ୟମାନେ ପାଳି କରି ଜଗି ରହୁଛନ୍ତି । ଅଚିହ୍ନା ଅଜଣା ଯେ କୌଣସି ଲୋକଙ୍କୁ ଗାଁ ଭିତରକୁ ଯିବା ଏକ ପ୍ରକାର ମନା ହୋଇଛି । ଗ୍ରାମବାସୀ ମାନେ ଲକଡାଉନ ନିୟମ ମାନିବା, ସାମାଜିକ ଦୁରତ୍ବ ବଜାଇ ରଖିବା, ହାତ ଧୋଇବା, ସଚେତନ ରହିବା ସର୍ବୋପରି ଘରେ ରହିବାକୁ ଯୁବକ ସଂଘ ସଚେତନ କରାଉଛି । ଗାଁରେ କେହି ଯେପରି ଏହି ମହାମାରୀ କରୋନା ସଂକ୍ରମଣର ଶିକାର ନହେବେ ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରା ଯାଇଛି । ଜରୁରୀ ପରିସ୍ଥିତିରେ ଯଦି କିଏ ଗାଁ ବାହାରକୁ ଯିବେ ତେବେ ସେମାନେ ଯିବା ଆସିବା ସମୟରେ ହାତ ଗୋଡ ଧୋଇବେ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଭାବରେ ବ୍ଲକର ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ପୂର୍ବପେକ୍ଷା ଜନ ସଚେତନତା ବଢିଥିବା ଦେଖିବାକୁ ମିଳୁଛି ।

Pearl dental clinic
Near Ashish Medical Store, Bhawanipatna
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିବେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.