ବଲାଙ୍ଗିର,୨୯/୩ : କରୋନାକୁ ନେଇ ସାରା ଦେଶ ଲକଡାଉନ ଥିବା ବେଲେ ବଲାଗିଂର ଜିଲ୍ଲା ଦେଓଗାଁ ଥାନା ଭୁତିଆରବାହାଲ ଗାଁରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଭୁତିଆରବାହାଲ ଅଂଚଳରେ ଅନେକ ସଂଖ୍ୟାରେ ଯାଯାବରମାନେ ବାଉଁଶ ଜିନିଷ ତିଆରି କରି ବିକ୍ରୀ କରିଥାନ୍ତି । ସେମାନକଂ ଭିତରୁ ଜଣେ ମହିଳା ତିନି ବର୍ଷର ପୁଅ ଅମଲେଶ ପାଳ ସହିତ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ମହିଳା ଜଣକ ପୋଖରୀରେ କପଡା ସଫା କରୁଥିବା ବେକେ ଅସାବଧାନତା ଯୋଗୁଁ ଶିଶୁପୁତ୍ର ଟି ପୋଖରୀ ଭିତରେ ବୁଡି ଯାଇଥିଲା । ମୃତ ଶିଶୁଟି ମୋତିଲାଲ ପାଲକଂ ପୁଅ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଶବ ଉଦ୍ଧାର କରିଥିବା ବେଳେ ବନ୍ଧପଡା ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଅରମ୍ଭ କରିଛନ୍ତି ।