PDS ସାମଗ୍ରୀ ବଣ୍ଟନ ସହ କରୋନା ସଚେତନତା

ନିଜ ପାଣ୍ଠିରୁ ସାବୁନ ବାଣ୍ଟିବା ସହ କରୋନା ସପଥପାଠ କରାଇଲେ ସରପଞ୍ଚ

Omkar Vasthu
Omkar Vasthu

କୋକସରା,୨୯/୩ : ମହାମାରୀ କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଲକଡାଉନ ଓ ସାମାଜିକ ଦୂରତା ରକ୍ଷାକୁ ଦୃଷ୍ଟିରେ ରଖି ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଯୋଗେଇ ଦେଉଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ପାଳନ କରିବାକୁ ଯାଇ ସଚେତନତା ବାଣ୍ଟୁଛନ୍ତି ପଞ୍ଚାୟତ ଜନପ୍ରତିନିଧି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କୋକସରା ବ୍ଲକର କୋକସରା ପଞ୍ଚାୟତରେ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନି ଙ୍କ ଉପସ୍ଥିତି ରେ ହିତାଧିକାରିଙ୍କୁ ପ୍ରଥମେ କରୋନା ମୁକାବିଲା କରିବା ପାଇଁ ଶପଥ ପାଠ କରାଇବା ପରେ ସରପଞ୍ଚ ନିଜ ପାଣ୍ଠି ରୁ ପ୍ରତ୍ୟେକ ହିତାଧିକାରି ଙ୍କୁ ସାବୁନ ବାଣ୍ଟି ଘରକୁ ପ୍ରବେଶ ପୂର୍ବରୁ ହାତ ସଫା କରିବାକୁ ପରାମର୍ଶ ଦେଇଥିଲେ ଓ ଏକୋଇଶ ଦିନ ଘରେ ରହିବାକୁ ଅନୁରୋଧ କରିଥିଲେ । ଏହା ସହ ପିଡିଏସ ସାମଗ୍ରୀ ପାଇଥିଲେ ହିତାଧିକାରୀ । ଏହି ଅବସରରେ ପଞ୍ଚାୟତର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

କଳାହାଣ୍ଡି ଜିଲ୍ଲା କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.