କରୋନା ମୁକାବିଲା : କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତ ସଂଗ୍ରହ ଶିବିର

କଳାହାଣ୍ଡି,୨/୪ : କରୋନା ସଂକ୍ରମଣ ଭୂତାଣୁ ରୋଗାକ୍ରନ୍ତଙ୍କ ପାଇଁ ରକ୍ତର ଆବଶ୍ୟକ ହେଉଥିବାରୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଲ ଗଙ୍ଗାଧର ଙ୍କ ନିର୍ଦ୍ଦେଶକ୍ରମେ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହନ୍ତ ଙ୍କ ନେତୃତ୍ୱରେ ମଦନପୁର –ରାମପୁର ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ପୋଲିସ, ମ.ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ, ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା, ବିଡ଼ିଓ ରୁମାନା ଜାଫ୍ରି, ମ.ରାମପୁର ସରପଂଚ ଚିତରଂଜନ ବାଗ, ମାରୱାଡ଼ି ଯୁବମଂଚ ର ସଭାପତି ନବୀନ କୁମାର ଅଗ୍ରୱାଲ, ସମ୍ପାଦକ ସୁମିତ କୁମାର ଅଗ୍ରୱାଲ, ଲିଗାଲ ଏଡ଼ଭାଇଜର ବଜରଂଗ ଲାଲ ଅଗ୍ରୱାଲ, ସ୍ୱେଛାସେବୀ ଅନୁଷ୍ଠାନ ସେବାଜଗତ ସତ୍ୟନରାୟଣ ପଟନାୟକ, ସ୍ୱେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଯୋଗାନନ୍ଦ ବେହେରା ପ୍ରକାଶ ଚନ୍ଦ୍ର ସାହୁ, ମିଳିତ ସହଯୋଗରେ ରକ୍ତସଂଗ୍ରହ କରାଯାଇଛି । ଏଥିରେ ପ୍ରଥମେ ସେବାଜଗତ ର ସମ୍ପାଦକ ସତ୍ୟନରାୟଣ ପଟ୍ଟନାୟକ ରକ୍ତ ଦାନ କରିଥିଳେ । ଏଥିରେ ୬୫ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଥିବାବେଳେ ୧୫୦ଟି ମାସ୍କ ବଂଟନ କରାଯାଇଥିଲା । ଏହି ଅବସରରେ ମହାଶକ୍ତି ଫାଉଣ୍ଡେସନ ତରଫରୁ କଳାହାଣ୍ଡି ଜିଲ୍ଲା ସମସ୍ତ ବ୍ଳକରେ ୨୦ ହଜାର ମାସ୍କ ବଂଟନ କରିଥିବା ଅନୁଷ୍ଠାନର ଶ୍ରୀବେହେରା କହିଥିଲେ । ରକ୍ତ ଦାନ ସମୟରେ ସାମାଜିକ ଦୂରତା ରଖି ରକ୍ତ ଦାନ କରାଯାଇଥିଲା । ପରିଶେଷରେ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦାର୍ପଣ କରିଥିଲେ ।

Omkar Vasthu
Omkar Vasthu
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.