ମାଓବାଦୀଙ୍କୁ କରୋନା ସଂକ୍ରମଣ ଆଶଙ୍କା : ସତର୍କ କରାଇଲା ସଚେତନ ନାଗରିକ ମଞ୍ଚ

କଳାହାଣ୍ଡି,୨/୪ : କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ରାଜ୍ୟରେ ସଚେତନତା ସୃଷ୍ଟ କରାଯାଇ ଏଥିରୁ କିପରି ଜନସାଧାରଣ ସୁରକ୍ଷିତ ରହିପାରିବେ ସେ ନେଇ ପ୍ରଚାର ପ୍ରସାର କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ଭିନ୍ନଏକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମାଓବାଦୀ ମାନେ ମଧ୍ୟ କରୋନା ସଂକ୍ରମଣ ଆକ୍ରାନ୍ତ ହୋଇଥାଇପାରନ୍ତି । ତେଣୁ ତାଙ୍କ ଠାରୁ ଦୂରରେ ରହିବାପାଇଁ ସଚେତନ ନାଗରିକ ମଂଚ ପୋଷ୍ଟର ମାଧ୍ୟମରେ ଜଣେଇଛନ୍ତି । ମ.ରାମପୁର ଅଂଚଳରେ ମାଓବାଦୀ ମାନେ ଆତ୍ମଗୋପନ କରି ରହୁଥିବାବେଳେ ବର୍ତମାନ ସେହି ଅଂଚଳରେ ବସବାସ କରୁକରୁଥିବା ଆଦିବାସୀ ଜନଜାତି ସଂପ୍ରଦାୟ କିପରି ସୁରକ୍ଷିତ ରହିବେ ବୋଲି ସଚେତନ ନାଗରିକ ମଂଚ ପ୍ରଶ୍ନ କରିଛି । ମାଓ ସଂଗଠନରେ ବାହାର ରାଜ୍ୟର ମାଓବାଦୀ ମାନେ ମଧ୍ୟ ସାମିଲ ହୋଇଛନ୍ତି ତେବେ ବାହାର ରାଜ୍ୟରୁ ଆସିଥିବା ମାଓବାଦୀଙ୍କ କରୋନା ସଂକ୍ରମଣ ଭୂତାଣୁ ରହିଥିବା ବେଳେ ମାଓବାଦୀଙ୍କୁ ଗାଁ ଭିତରକୁ ନପଶିବା ପାଇଁ ପୋଷ୍ଟର ମାଧ୍ୟମରେ ବାରଣ କରିଛନ୍ତି । ସଚେତନ ନାଗରିକ ମଂଚ ତରଫରୁ ଏହିପୋଷ୍ଟର କିଏ ମାରିଛି ତାହା ଜଣାପଡ଼ିନାହିଁ ବୋଲି ସାଧାରଣରେ ଚର୍ଚ୍ଚାହେଉଛି ।

Omkar Vasthu
Omkar Vasthu
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.