କୋକସରା,୩/୪ : କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରଶାସନ ଆନୁକୂଲ୍ୟରେ କୋକସରା ଜବାହର ଉଚ୍ଚବିଦ୍ୟାପୀଠ ଠାରେ ସ୍ବେଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି । ଉକ୍ତ ଶିବିରକୁ ସଫଳ କରିବାରେ ସୋସିଆଲ ଏକ୍ଟିଭିଷ୍ଟଅଫ କଳାହାଣ୍ଡି , ସୋସିଆଲ ୱେଲଫେୟାର ଧର୍ମଗଡ଼, ମାରୱାଡି ଯୁବାମଂଚ ଲଡ଼ୁଗାଁ, କାଳିକୃଷ୍ଣ ସଂଘ, ଏନ ସି ସି ଅଫିସର,.ସରପଞ୍ଚ ସଂଘ, ୟୁଥ ରେଡ କ୍ରସ ଭଳି ସାମାଜିକ ଅନୁଷ୍ଠାନ ର ସ୍ବେଛାସେବୀ ତଥା ସ୍ଥାନୀୟ ବାସିନ୍ଦା ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି ଶିବିରରେ ୮୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।
ଏହି ଶିବିରରେ କୋଭିଡ୍-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇଥିଲା। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ, ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳୀ ନିଙ୍ଗି, ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା ସମେତ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।