କମିଲା ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିର ସମୟ ସୀମା

ବାଲେଶ୍ୱର,୪/୪: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) କୋରନା ବା କୋଭିଡ୍ ୧୯ର ମୁକାବିଲା କରିବା ପାଇଁ ବଳବତ୍ତର ଥିବା ଲକ୍ ଡାଉନ୍ ବ୍ୟବସ୍ଥା ଅନୁସାରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିର ସମୟ ସୀମା ସକାଳ ୬ ରୁ ସନ୍ଧ୍ୟା ୬ଟା ପଯ୍ୟନ୍ତ ଥିଲା।ତେବେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବାଲେଶ୍ଵରରେ ଏହି ସମୟ ସୀମାକୁ ଆସନ୍ତାକାଲି ଠାରୁ ଜିଲ୍ଲା ପ୍ରଶାସନ କଡାକଡି କରିଛନ୍ତି।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିବୃତି ଜାରି ହୋଇଛି। ସରକାରୀ ନିଷ୍ପତ୍ତି ଅନୁସାରେ ଆସନ୍ତା କାଲି ମାର୍ଚ୍ଚ ୫ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନମାନ ଦୈନିକ ସକାଳ ୬ ରୁ ଦିନ ୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି। ପୂର୍ବରୁ ଏହି ସମୟ ସୀମା ସକାଳ ୬ ରୁ ସନ୍ଧ୍ୟା ୬ଟା ଯାଏଁ ରହିଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ଭିତରେ ତେଜରାତି ଦୋକାନ, ପନିପରିବା ଦୋକାନ ଓ କ୍ଷୀର ଦୋକାନ ଅନ୍ତର୍ଭୁକ୍ତ ଥିବା ବେଳେ କେବଳ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ ବୋଲି ଜଣାପଡିଛି। ଏହି ନିୟମ ଉଲ୍ଲଘଂନ କଲେ ଆଇପିସିର ୧୮୮ ଧାରାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି।


ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.