ପ୍ରେସ ୟୁନିୟନ ରାୟଗଡ଼ା ତରଫରୁ ସଂଘ ସଭ୍ୟମାନଙ୍କୁ ଏକ ମାସର ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ

ରାୟଗଡ,୫/୪ : ପ୍ରେସ ୟୁନିୟନ ରାୟଗଡ ତରଫରୁ ସଂଘର ୨୨ଜଣ ସଭ୍ୟଙ୍କୁ ଏକ ମାସର ଅତ୍ୟାବଶକୀୟ ସାମଗ୍ରୀ ବଂଟନ କରାଯାଇଛି । ସଂଘର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ କରାଯାଇ ଏଭଳି ଅଭିନବ ପ୍ରୟାସର ଶୁଭାରମ୍ଭ କରାଯାଇଛି । ଲକଡାଉନ ସମୟରେ ସରକାର ଡାକ୍ତର, ପୋଲିସ ଭଳି ଅନ୍ୟମାନଙ୍କ ପାଇଁ କିଛିନା କିଛି ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ ସମାଜକୁ ପ୍ରତ୍ୟେକ ବେଳର ଘଟଣାକୁ ଅପଡେଟ୍ ଖବର ଯୋଗାଉଥିବା ତଥା ମହାମାରୀ କରୋନା ସଂକ୍ରମଣ ଭଳିଭ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ପ୍ରତିନିଧି୍‌ଙ୍କ ପାଇଁ କୈାଣସି ପ୍ରକାର ସହାୟତା ଘୋଷଣା କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ପ୍ରେସ ୟୁନିୟନ ରାୟଗଡ ତରଫରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ସଂଘର ୨୨ଜଣ ସଭ୍ୟଙ୍କୁ ଏକ ମାସର ଅତ୍ୟାବଶୀୟ ସାମଗ୍ରୀ ପ୍ରଦାନ କରାଯାଇଛି । ଯାହାକୁ ନେଇ ସଭ୍ୟମାନଙ୍କ ପରିବାର ପକ୍ଷରୁ ସାଧୁବାଦ ଜଣାଯାଇଛି । ସେହିପରି ରାଜ୍ୟ ତଥା ଜିଲ୍ଳାରେ ଥିବା ସମସ୍ତ ସାମ୍ବାଦିକ ସଂଘ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇ ତାଙ୍କ ସଭ୍ୟମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ପ୍ରଦାନ କରାଯିବା ଉଚିତ ବୋଲି ପ୍ରେସ ୟୁନିୟନ ରାୟଗଡର ସଭାପତି ଶ୍ରୀ ଖାଡଙ୍ଗା ପ୍ରକାଶ କରିଛନ୍ତିି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.