କୈଳାସପୁର ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ରାୟଗଡ଼ା ଜିଲ୍ଳାପାଳ

ରାୟଗଡ,୫/୪ : ରାୟଗଡ ଜିଲ୍ଳା କୋଲନରା ବ୍ଳକ ମୁକୁନ୍ଦପୁର ଗ୍ରାମ ପଂଚାୟତର କୈଳାସପୁର ହାଇସ୍କୁଲ ଠାରେ ଥିବା ଆଶ୍ରୟସ୍ଥଳୀକୁ ଆଜି ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗସ୍ତ କରି ସଠାରେ ରହୁଥିବା ୮ଜଣ ଶ୍ରମିକଙ୍କୁ ବ୍ଳକ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ଉପରେ ପଚାରି ବୁଝି ଫେରିଥିଲେ । ଜିଲ୍ଳାପାଳଙ୍କ ଏହି ଗସ୍ତ ବେଳେ ବିଡିଓ ତାପସ କୁମାର ଭୋଇ, ପିଇଓ କମଳାକାନ୍ତ ରାଉତ, ମୁକୁନ୍ଦପୁର ପଂଚାୟତ ସରପଂଚ ଶିବ କଣ୍ଡାଗରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମିଳିଥିବା ସୂଚନା ପ୍ରକାରେ କୈଳାସପୁର ହାଇସ୍କୁଲ ଆଶ୍ରୟସ୍ଥଳୀରେ ରାୟଗଡ ଜିଲ୍ଳା କାଶିପୁର ବ୍ଳକ ତଳଝିରି ପଂଚାୟତ ଅନ୍ତର୍ଗତ ରାଶିଝିରି ଗ୍ରାମର ୮ ଜଣ ଶ୍ରମିକ ରହିଛନ୍ତି । ସେମାନେ ଲକଡାଉନ ଘୋଷଣା ପୂର୍ବରୁ ଗଜପତି ଜିଲ୍ଳାର ମହେନ୍ଦ୍ରଗିରିକୁ ଦିନ ମଜୁରିଆ ଭାବେ ମାଟି କାମ କରିବା ପାଇଁ ଯାଇଥିଲେ । ତେବେ ଲକଡାଉନ ଯୋଗୁଁ ସମସ୍ତ ଯାତାୟାତ ବନ୍ଦ ହୋଇଯିବା ପରେ ସେମାନେ ଆଉ ଘରକୁ ଫେରି ପାରି ନ ଥିଲେ । ମହନ୍ଦ୍ରେଗିରିରୁ ସେମାନେ ଜଙ୍ଗଲ ରାସ୍ତା ଦେଇ ଦୀର୍ଘ କିଲୋମିଟର ଚାଲି ଚାଲି ଆସୁଥିବା ବେଳେ ତାଙ୍କ ପାଦଗୁଡିକ ରକ୍ତାକ୍ତ ଅବସ୍ଥାରେ ରହିଥିଲା । ମୁକୁନ୍ଦପୁର ଠାରେ ପଂହଚିଥିବା ବେଳେ ସେଠାରେ ସ୍ଥାନୀୟ ସରପଂଚ ଏମାନଙ୍କ ଦୁର୍ଦ୍ଦଶା ଦେଖି କୋଲନରା ବ୍ଳକ ପ୍ରଶାସନକୁ ଅବଗତ କରାଇବା ପରେ ବିଡିଓ ଶ୍ରୀ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ କୈଳାସପୁର ହାଇସ୍କୁଲର ଆଶ୍ରୟସ୍ଥଳୀରେ ରଖାଯାଇଥିଲା ।

Udyog Nursery
Udyogi Nursery

ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ସହ ରହିବା, ଖାଇବା ଆଦି ବ୍ୟବସ୍ଥା କରାଯିବା ସହ ସାମାଜିକ ଦୂରତା ବଜାୟ ରଖିବା, ହାତ ଧୋଇବା, ବାହାରକୁ ନ ବାହାରିବା ଆଦି ସର୍ତକତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତମାନ ସମସ୍ତ ଶ୍ରମିକମାନେ ଭଲରେ ଥିବା ବେଳେ ପ୍ରଶାସନ ତରପରୁ ସେମାନଙ୍କୁ ତାଙ୍କ ଗ୍ରାମରେ ପଂହଚାଇବା ପାଇଁ ବ୍ୟବସ୍ଥା କରାଯିବା ନେଇ ଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି । କୋଲନରା ବ୍ଳକର ୧୭ଟି ଗ୍ରାମ ପଂଚାୟତରେ ୧୭ଟି ଆଇସୋଲେସନ କେନ୍ଦ୍ର ସହ ୧୧ଗୋଟି ଆଶ୍ରୟ ସ୍ଥଳୀ କରାଯାଇଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.