ନ’ଟାରେ ଲିଭିଲା ବିଜୁଳୀବତୀ : ଜଳିଲା ଦୀପ, ମହମବତୀ

ହାରିବ କରୋନା, ଜିତିବ ଭାରତ

Omkar Vasthu
Omkar Vasthu

କଳାହାଣ୍ଡି,୬/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ‌ ଆହ୍ୱାନକ୍ରମେ ସାରା ଭାରତରେ ରବିବାର ରାତି ୯ଟା ସମୟରେ ୯ ମିନିଟ ଲାଗି ବିଜୁଳୀ ବତୀ ବନ୍ଦ ରହିଥିଲା । ବିଜୁଳୀ ବତୀ ବନ୍ଦ ରହି ଦୀପ ଓ ମହମବତୀ, ଟର୍ଚ୍ଚ, ମୋବାଇଲ ଫ୍ଲାଶ୍ ଲାଇଟ ଜଳୁଥିବା ଦେଖିବାକୁ ମିଳିଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କରୋନାର ଭୟାବହତାକୁ ଦୂରେଇ ଦେବା ସହିତ ଏହି ବତୀ ମାଧ୍ୟମରେ କରୋନା ଭୂତାଣୁରୁ ଭାରତକୁ ଜିତେଇବାର ସଂକଳ୍ପ କରାଯାଇଥିଲା । ପ୍ରତି ପରିବାରରେ ଘର ସାମ୍ନାରେଏହି ବତୀ ଜଳୁଥିବା ଦେଖାଯାଇଥିଲା । ଘରର ସମସ୍ତ ସଦସ୍ୟ ମିିଳିତ ଭାବରେ ଏହି ଦୀପ, ମହମବତୀ ଆଦି ଜାଳିଥିଲେ ।

ସାରା ଭାରତବର୍ଷର ପୁରପଲ୍ଲୀରେ ଆଜି ଏହି ଦୀପ ଜଳାଯାଇଥିବା ଦେଖିବାକୁ ମିଳିଥିବାବେଳେ କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକର ସମସ୍ତଙ୍କ ଘରେ ଆଜି ୯ ମିନିଟ ପାଇଁ ଜଳିଥିଲା ଦୀପ । ସେହିପରି ଭାବେ ଜିଲ୍ଲାର ଭବାନୀପାଟଣା, ନର୍ଲା, ଲାଞ୍ଜିଗଡ଼, କର୍ଲାମୁଣ୍ଡା, କେସିଙ୍ଗା, ଜୁନାଗଡ଼, ଧର୍ମଗଡ଼, ଥୁଆମୁଲ ରାମପୁର, କୋକସରା, ଜୟପାଟଣା, ଗୋଲାମୁଣ୍ଡା ଓ କଲମପୁର ବ୍ଲକର ଗାଁ ଗାଁ, ଘରେ ଘରେ ଦୀପ ଜଳିଥିଲା ।

କରୋନାରୁ ରକ୍ଷା,ତଥା ଦେଶର, ପରିବାରର ସୁରକ୍ଷା ପାଇଁ ସମସ୍ତେ ସଚେତନ ରହିଥିବା ଦେଖାଯାଇଛି । ତେବେ କରୋନାଠୂ ଦେଶକୁ ରକ୍ଷା କରିବାକୁ ଆମେ ସମସ୍ତ ଭାରତୀୟ ଏହାରି ମାଧ୍ୟମରେ ନିଜର ସାମାଜିକ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.