କରୋନା ମୁକାବିଲା ପାଇଁ ବିଭିନ୍ନ ଧର୍ମର ଧର୍ମଗୁରୁଙ୍କୁ ନେଇ ବୈଠକ ଡାକିଲେ ଜିଲ୍ଳାପାଳ

୧୦୪ ନମ୍ବରକୁ ଯୋଗାଯୋଗ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଅନ୍ତୁ : ଜିଲ୍ଳାପାଳ ରାୟଗଡ଼ା

Omkar Vasthu
Omkar Vasthu

ରାୟଗଡ,୬/୪ : ମହାମାରୀ କରୋନାକୁ ମୁକାବିଲା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟର ଭୁବନେଶ୍ୱର କଟକ, ଭଦ୍ରକ, ଯାଜପୁର, ପୁରୀ, କଳାହାଣ୍ଡି ଆଦି ଜିଲ୍ଲାରେ କରୋନା ପଜିଟିଭ ମାମଲା ଗୁଡିକ ଦେଖା ଦେଇଥିବା ବେଳେ ରାଜ୍ୟ ସରକାର ସମଗ୍ର ଜିଲ୍ଳା ପ୍ରଶାସନକୁ ଆହୁରି କଡା ପଦକ୍ଷେପ ଗ୍ରହଣ କରି ଜିଲ୍ଳାବାସୀଙ୍କୁ ସୁରକ୍ଷିତ ରଖିବା ସକାଶେ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଳୀର ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଓଡିଶାକୁ ଫେରିଥିବା ବନ୍ଧୁମାନଙ୍କୁ ୧୦୪କୁ ଡାୟଲ କରି ଯୋଗାଯୋଗ କରିବା ପାଇଁ ଅପିଲ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ପରିପ୍ରେକ୍ଷୀରେ ରବିବାର ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦଭାବନା କକ୍ଷରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସହରରେ ଥିବା ବିଭିନ୍ନ ଧର୍ମ ଯଥା ହିନ୍ଦୁ, ମୁସଲିମ ଓ ଖ୍ରୀଷ୍ଟିଆନ୍ ସଂପ୍ରଦାୟର ଧର୍ମଗୁରୁ ଓ କର୍ମକର୍ତାମାନଙ୍କୁ ନେଇ ଏହି ଜରୁରୀ ବୈଠକ ଡାକିଥିଲେ । ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅାୟୋଜିତ ବୈଠକରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ., ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରମୁଖ ଯୋଗ ଦେଇ ବୈଠକରେ ଆଲୋଚନା କରିଥିଲେ ।

Udyog Nursery
Udyogi Nursery

ରାୟଗଡରେ ଥିବା ମୁସଲିମ ସଂପ୍ରଦାୟର ଧର୍ମଗୁରୁମାନଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ମଧ୍ୟ ଅପିଲ କରାଯାଇଛି ଯେ, ଯଦି ନିଜ୍ଜାମୁଦ୍ଦିନ ଯାଇ ନ ଥିବେ ତଥା କରୋନା ସଂକ୍ରମିତ କୈାଣସି ବ୍ୟକ୍ତି ସଂସ୍ପର୍ଶରେ ଆସିଥିବେ ତାହା ହେଲେ ପ୍ରଶାସନକୁ ଜଣାଇବେ ନଚେତ୍ ୧୦୪କୁ ଡାୟଲ କରି ଯୋଗାଯୋଗ କରିବେ ଏବଂ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ସର୍ତକତା ଅବଲମ୍ବନ ଓ ସଚେତନତା ପରାମର୍ଶ ନିମୟ ପାଳନ କରିବେ ସେ ନେଇ ଏହି ଜରୁରୀ ବୈଠକ ଡକାଯାଇ ଥିବା ନେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ବୈଠକରେ ବିଶେଷ କରି ସଂପ୍ରତି ଦେଖାଦେଇଥିବା କରୋନ ସଂକ୍ରମଣ ବ୍ୟାପିବା ଓ ଏହାକୁ ଗୋଷ୍ଠିଗତ ଭାବେ ନ ବ୍ୟାପିବ ସେଥିପ୍ରତି ସମସ୍ତ ବର୍ଗର ଓ ଧର୍ମର ଲୋକେ ଲୁକ୍କାୟିତ ଭାବେ ନ ରହି ତୁରନ୍ତ ଜିଲ୍ଳା ପ୍ରଶାସନର ଦୃଷ୍ଟିକୁ ଅଣାଗଲେ ଚିକିତ୍ସା କରାଯାଇ ପାରିବ
ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା । ଯେ କୈାଣସି ବ୍ୟକ୍ତି ବିଦେଶରୁ କିମ୍ବା ରାଜ୍ୟ ବାହାରୁ ଆସିଛନ୍ତି ତାହାହେଲେ ତାଙ୍କୁ ତୁରନ୍ତ ସଙ୍ଗରୋଧ ଓ ଚିକିତ୍ସା ପାଇଁ ପ୍ରଶାସନ ଦୃଷ୍ଟିକୁ ଆଣିବାକୁ ଜିଲ୍ଳାପାଳ ଅନୁରୋଧ କରିଥିଲେ । ଏଥିସହିତ ସିଏମଆରଏଫ
“କୋଭିଡ-୧୯”ଫାଣ୍ଠିକୁ କୈାଣସି ସଂସ୍ଥା ଅନୁଦାନ ଦେବା ପାଇଁ ଚାହାନ୍ତି ତାହା ହେଲେ ଜିଲ୍ଳା ପ୍ରଶାସନର ଅନୁମତି କ୍ରମେ ଦେଇ ପାରିବେ ବୋଲି କହିଥିଲେ ।

ଏହି ବୈଠକରେ ଖ୍ରୀଷ୍ଟ ଧର୍ମର ନିର୍ଦ୍ଦେଶକ, କାଥେଡ୍ରଲ ଚର୍ଚ୍ଚ ଫାଦର ଶାନ୍ତିଚନ୍ଦନ ପାଣି, ଆମସନ ମଲ୍ଳିକ, ସଶୀଲ ଗୈାଡ, ରାଫାଏଲଏସ ଜାକବ ନାୟକ, ଫାଦର ଜସିଦ ଭିକ୍ଟର, ହିନ୍ଦୁ ଧର୍ମର ପି.ରାଜୁ ପ୍ରକାଶ ରାଓ, ରାଇସିଙ୍ଗ ବିିଡିକା, ନାଗେଶ୍ୱର ପ୍ରସାଦ ସିଂହ, ସୁଧୀର କୁମାର ମିଶ୍ର ଓ ମୁସଲିମ ଧର୍ମର ମହମ୍ମଦ ଜାକିର ହୁସେନ, ମାନିଙ୍କ ଲୋକମାନ୍ ଓ ଜଲିଲ ଖାଁ ପ୍ରମୁଖ ଯୋଗ ଦେଇଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.