ସଇଁତଲା,୬/୪ : ସାରା ବିଶ୍ବରେ ବିଭିଷିକା ଭାବେ ଛିଡା ହୋଇଥିବା ମହାମାରୀ କରୋନାକୁ ପ୍ରତିଦମିତ କରିବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ମଧ୍ୟ କୋଭିଡ୍-୧୯ ମୁକାବିଲା ପାଇଁ ଲାଗି ପଡିଛନ୍ତି । ଦେଶର ଏହି ସଂକଟ ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ, ଶିଳ୍ପପତି, ଅଭିନେତା, ରାଜନେତା, କ୍ରିଡାବିତ ମାନେ ସହଯୋଗର ହାତ ବଢାଇଛନ୍ତି ।
ସେହି କ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ”କୋଭିଡ-୧୯”କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଘୁନସର ଗ୍ରାମ ପଞ୍ଚାୟତର ସରପଞ୍ଚ ଦ୍ରୋପଦୀ ବେହେରା । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକ ଘୁନସର ସରପଞ୍ଚ ନିଜର ସଞ୍ଚିତ ଅର୍ଥରୁ ୫ହଜାର ଟଙ୍କା ସଇଁତଲା ବିଡ଼ିଓ ଦେବାଶିଷ ସାମଲଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସରପଞ୍ଚଙ୍କ ଏହି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।