କଳାହାଣ୍ଡି,୭/୪ : ମ.ରାମପୁର ବ୍ଲକର ବିଭିନ୍ନ ପଂଚାୟତର ବିଭିନ୍ନ ଗ୍ରାମକୁ ପଂଚାୟତ ତରଫରୁ ହିତାଧିକାରୀଙ୍କୁ ଚାଉଳ ସହିତ ସହାୟତା ରାଶି ପ୍ରଦାନ କରାଯାଉଥିବା ଜଣାଯାଇଛି । ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା ନୁନପୁର ଗ୍ରାମ ପଂଚାୟତ ଓ ମ.ରାମପୁର ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମକୁ ଏହି ବଂଟନ ସମୟରେ ପହଂଚିବା ସହିତ ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ସହିତ କରୋନା ମୁକାବିଲା ସଂପର୍କରେ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଏଥି ସହିତ ସଙ୍ଗରୋଧ ରହିବା ଏବଂ ବାରମ୍ବାର ହାତକୁ ସଫା ରଖିବା ଭଳି ଅନେକ ସଚେତନତା ମୂଳକ ବାର୍ତ୍ତା ଦେଉଥିବା ଜଣାଯାଇଛି । ଏହି ବ୍ଲକର ସମସ୍ତ ପଂଚାୟତରେ ଏହି ବଂଟନ ସହିତ ସହାୟତା ରାଶି ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।