କାଜୁ ବଗିଚାରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

କୋକସରା,୮/୪ : କାଜୁ ବଗିଚାରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ। ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଛିଲିପାମାଲ ଗାଁର। ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ବିଳାମ୍ବର ରଣାଙ୍କ ପୁଅ ମୁରଲି ରଣା (୧୮)।

ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଝଡ଼ ତୋଫାନ ହେବାରୁ କିଛି ଲୋକ କାଜୁ ମଞ୍ଜି ଗୋଟେଇ ବାକୁ ଯାଇ ମୃତ ଦେହକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ପରିବାର ବର୍ଗଙ୍କ ସୂଚନା ମୁତାବକ ମଙ୍ଗଳବାର ସକାଳୁ ମୁରଲି ନିଖୋଜ ରହିଥିଲେ। ଘର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସଂନ୍ଧାନ ପାଇନଥିଲେ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.