କରୋନା ମୁକାବିଲା : ସମସ୍ତେ ପିନ୍ଧିବେ ମାସ୍କ, ଗାଁକୁ କରିପାରିବେନି ସିଲ୍‌

କଳାହାଣ୍ଡି,୮/୪ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ଏବେ ସମସ୍ତେ ଚିନ୍ତିତ ତଥା ତତ୍ପର ଥିବାବେଳେ ଆସନ୍ତା କାଲିଠାରୁ ସମସ୍ତେ ଘରୁ ପଦାକୁ ବାହାରିଲେ ମାସ୍କ ବାଧ୍ୟତାମୂଳକ ଭାବରେ ପିନ୍ଧିବା ଏବଂ ଗାଁକୁ ସିଲ ନ କରିବା ନେଇ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ମ.ରାମପୁର ବ୍ଲକ ପ୍ରଶାସନ ସତର୍କତାମୂଳକ ଡ଼ାକବାଜି ମାଧ୍ୟମରେ ଘୋଷଣା କରିଛି । କରୋନାକୁ ନେଇ ଏବେ ସମସ୍ତେ ତତ୍ପର ଥିବାବେଳେ କଳାହାଣ୍ଡି ଜିଲ୍ଳାରେ ପଶ୍ଚିମ ଓଡ଼ିଶାର ଜଣେ କରୋନା ପୋଜେଟିଭ ଚିହ୍ନଟପରେ ପ୍ରଶାସନ ବିଭିନ୍ନ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିଛି । ତେବେ ଭାରତ ସରକାରଙ୍କ ଦ୍ୱାରା ଲକଡ଼ାଉନ ଘୋଷଣା ପରେ ଗାଁ ଗାଁକୁ ଗ୍ରାମବାସୀଙ୍କ ତରଫରୁ ସିଲ କରାଯାଇଥିଲା । କିଛି ଗ୍ରାମରେ ଏହି ସିଲ ପ୍ରହସନ ପାଲଟି ଥିବାବେଳେ ଆଉ କିଛି ଗ୍ରାମରେ ନିୟମ ମାନୁଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତାକାଲିଠାରୁୁ କୌଣସି ଗ୍ରାମରେ ସିଲ ହେଇପାରିବନି, କାରଣ ଏହି ସିଲ ଯୋଗୁଁ ଗାଁକୁ ପ୍ରଶାସନ, ପୋଲିସ ଗାଡ଼ି ଯାଇପାରୁନାର୍ହି ଫଳରେ ଗାଁରେ କଣ ଚାଲିଛି ତାହା ଦେଖିବା ସମ୍ଭବପର ହେଇପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଗାଁ ଗାଁରେ ଆଉ ସିଲ କରାଯାଇପାରିବ ନାହିଁ ବୋଲି ଘୋଷଣା କରାଯାଇଛି ।

Omkar Vasthu
Omkar Vasthu
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

________________________________________

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like our Facebook page👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.