ରାୟଗଡ,୮/୪ : ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ ଇଏସଆଇ ହସ୍ପିଟାଲରେ ପ୍ରସ୍ତୁତ ହେଉଥିବା କୋଭିଡ-୧୯ ଆଇସୋଲେସନ୍ ହସ୍ପିଟାଲକୁ ବୁଧବାର ଦିନ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ପରିଦର୍ଶନ କରିଛନ୍ତି । ଏହି ଆଇସୋଲେସନ୍ ହସ୍ପିଟାଲରେ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । କରୋନା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଏଠାରେ ଚିକିତ୍ସା କରାଯିବା ସହ ରକ୍ତ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷାଗୁଡିକର ସୁବିଧା ସେଠାରେ ଉପଲବ୍ଧ ରହିବ । ରୋଗୀଙ୍କୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଷ୍ଟାଫ ଯୋଗାଇ ଦିଆଯିବ । ଏହି କୋଭିଡ-୧୯ ହସ୍ପିଟାଲଟି ଆସନ୍ତା ଏପ୍ରିଲ ୧୦ତାରିଖ
ଶୁକ୍ରବାର ଦିନ ଏହା କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ପୂର୍ବ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ଜିଲ୍ଳାପାଳ ଶ୍ରୀ ବେହେରା । ତାଙ୍କର ଏହି ଗସ୍ତ ସମୟରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ, ପିଏ-ଆଇଟିଡିଏ ଟୁକୁ ବାରିକ, ଡିପିଏମ ରାଜେଶ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
__________________________________________