ସ୍ବଚ୍ଛ ପାନୀୟ ଜଳ ପ୍ରକଳ୍ପ : ଖୋଲା ପାଣି ଟାଙ୍କିରେ ବେଙ୍ଗ ମାରୁଛି ଡିଆଁ

ନର୍ଲା,୯/୪ : ଗ୍ରୀଷ୍ମର ପଦଧ୍ବନୀ ସହ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଗଲାଣି ପାନୀୟ ଜଳ ସମସ୍ୟା। ଏଥିପାଇଁ ବିଭାଗ ମଧ୍ୟ ସଜାଗ ରହିଛି । ତେବେ ନର୍ଲା ବ୍ଳକର ଭୀମକେଲା ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ଏକ ଅଭାବନୀୟ ଦୃଷ୍ୟ ସାମ୍ନାକୁ ଆସିଛି ।

Omkar Vasthu
Omkar Vasthu

ଛାତ୍ର ଛାତ୍ରୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଏକ ସୋଲାର ଓଭରହେଡ୍ ପାଣି ଟାଙ୍କି ନଳକୂପ ସହିତ ସଂଯୋଗ କରି ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଛି। ଏହି ପାଣି ଟାଙ୍କିଟି ଖୋଲା ଅବସ୍ଥାରେ ଥିବାରୁ ପାଣି ଟାଙ୍କିରେ ବେଙ୍ଗ ଡିଆଁ ମାରୁଥିବା ଦେଖିବାକୁ ମିଳିଛି। ପାଣି ଉପରେ ପୁଣି ପକ୍ଷୀଙ୍କ ମଳ, ଧୂଳିମଳି ଭାସୁଥିବା ପରିଲକ୍ଷିତ ହୋଇଛି।

Pearl dental clinic
Near Ashish Medical Store, Bhawanipatna

ଏହି ବିଦ୍ୟାପୀଠରେ ସଂପ୍ରତି କରୋନାର ମୁକାବିଲା ପାଇଁ ୨୦ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଖୋଲା ଯାଇଥିବା ବେଳେ କିପରି ଭାବେ ଅସୁରକ୍ଷିତ ଦୂଷିତ ପାଣିକୁ ବ୍ୟବହାର କରାଯିବ ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Udyog Nursery
Udyogi Nursery
କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡ଼ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.