ମାସ୍କ ନ ପିନ୍ଧିଲେ ୨୦୦ ଟଙ୍କା ଜୋରିମାନା

ଜିସିଡି ପଡିଆରେ ଆରମ୍ଭ ହେଲା ଆମିଷ ବଜାର

Omkar Vasthu
Omkar Vasthu

ରାୟଗଡ,୧୧/୪: ରାଜ୍ୟରେ ବର୍ତମାନ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ଏହାକୁ ଗମ୍ଭିରତାର ସହ ନେଇ ରାଜ୍ୟବାସୀଙ୍କୁ ସାମାଜିକ ଦୂରତା ନିୟମ ମାନି ଚଳିବାକୁ ପ୍ରତ୍ୟେକ ଥର ଅନୁରୋଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳା ପ୍ରଶାସନ ମଧ୍ୟ ବେଶ ସଜାଗ ରହିଛି । ପୂର୍ବରୁ ରାୟଗଡ ସହରର ମୁଖ୍ୟ ବଜାରରେ ଥିବା ମାଛ, ମାଂସ ବଜାର ସହ ଅନ୍ୟାନ୍ୟ ଛକଗୁଡିକରେ ଖୋଲାଯାଇଥିବା ଆମିଷ ଦୋକାନଗୁଡିକରେ ଲକଡାଉନ ସ୍ୱତେ ଲୋକଙ୍କ ପ୍ରବଳ ଭିଡ ହେଉଥିବାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱକୁ କିପରି ଭାବେ ସମଦୂରତାରେ ପାଳନ କରିହେବ ସେ ନେଇ ସ୍ଥାନୀୟ ଜିସିଡି ପଡିଆ ଠାରେ ଷ୍ଟଲଗୁଡିକ ଖୋଲି ଆମିଷ ବଜାର ପାଇଁ ସ୍ଥିର କରିଥିଲେ । ଏହି କ୍ରମରେ ଶୁକ୍ରବାର ଏପ୍ରିଲ ୧୦ତାରିଖ ଠାରୁ ଏହି ଆମିଷ ବଜାର ଆରମ୍ଭ ହୋଇଛି । ଲୋକମାନଙ୍କ ପାଇଁ ଗାଡିଗୁଡିକ ରଖିବାରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।ପ୍ରତ୍ୟେକ ଦୋକାନଗୁଡିକରେ ସମ୍ମୁଖରେ ୧ମିଟର ବ୍ୟବଧାନରେ ସାମାଜିକ ଦୂରତା ପାଇଁ ଗୋଲ ଚିହ୍ନ ଦିଆଯାଇଛି । ଛେଳି, କୁକୁଡା ଓ ମାଛ ପାଇଁ ଅଲଗା ଅଲଗା ଷ୍ଟଲଗୁଡିକ ଖୋଲାଯାଇଛି । ପ୍ରଥମ ଦିନରେ ଲୋକଙ୍କ ଭିଡ ଜମିବାର ଦେଖାଯାଇଥିଲା । ତେବେ ଶୁକ୍ରବାର ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାରୁ ଅଧିକାଂଶ ଲୋକେ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିବା ବେଳେ କ୍ୱଚିତ ଲୋକେ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରଥମ ଦିନ ହୋଇଥିବାରୁ କିଛି କୋହଳ କରାଯାଇଥିବା ବେଳେ ଶନିବାର ଠାରୁ ଏହାକୁ କଡାକଡି ଭାବେ ପାଳନ କରାଯିବ ଏବଂ ଯେଉଁ ବ୍ୟକ୍ତି ମାସ୍କ ପିନ୍ଧିବାରେ ଖିଲାପ କଲେ ତାଙ୍କ ଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ଭାରପ୍ରାପ୍ତ ଅତିିରିକ୍ତ ଜିଲ୍ଳାପାଳ ତଥା ପିଡି-ଡିଆରଡିଏ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି । ଆମିଷ ବଜାରରେ ଭିଡ ଯୋଗୁଁ ସାମାଜିକ ଦୂରତା ଓ ମାସ୍କ ସହ ଲୋକଙ୍କୁ ବଜାର ଦର ଉଚିତ ମୂଲ୍ୟରେ ମିଳୁଛି କି ନାହିଁ ବୋଲି ସକାଳେ ପିଡି-ଡିଆରଡିଏ ଶ୍ରୀ ଋତୁରାଜଙ୍କ ସହ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାକାନ୍ତ ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରା, ପୈାର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

_________________________________________

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.