୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଙ୍ଗଲୀ ଭାଲୁ ମୃତ

ଜୟପାଟଣା,୧୧/୪: ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମ ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ଜଙ୍ଗଲୀ ଭାଲୁର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ, ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଲାଗି ଥିବା ଚାଷଜମି ଉପରେ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ଗତ ରାତିରେ ଛିଣ୍ଡି ପଡିଥିଲା। ଏହି ସମୟରେ ଖାଦ୍ୟ ସନ୍ଧାନରେ ଆସିଥିବା ଏକ ଜଙ୍ଗଲୀ ଭାଲୁ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଜଙ୍ଗଲ ଓ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଜୟପାଟଣା ପ୍ରାଣୀ ଚିକିତ୍ସକ ପହଞ୍ଚି ମୃତ ଭାଲୁର ଶବ ବ୍ୟବଚ୍ଛେଦ ସହ ତାକୁ ପୋତାଯିବା ନେଇ ଜୟପାଟଣା ଜଙ୍ଗଲ ରେଞ୍ଜର୍ କେଶବ ଚନ୍ଦ୍ର ଶବର ସୂଚନା ଦେଇଛନ୍ତି। ତେବେ ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଅବହେଳା ଯୋଗୁଁ ଉଚ୍ଚ ସମ୍ପନ୍ନ ବିଦ୍ୟୁତ ତାର ସବୁ ଓହଳି ରହୁଛି ଓ ଅଳ୍ପ ପବନ ହେଲେ ଗଛ ଡାଳରେ ଲାଗି ଛିଣ୍ଡି ପଡୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଘଣ୍ଟିଗୁଡା ଗ୍ରାମବାସୀ। ଆଗକୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

ଜୟପାଟଣାରୁ ତୁଳାରାମ ବେହେରାଙ୍କ ରିପୋର୍ଟ odiabarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.