୪ର୍ଥ ବାଟାଲିୟନ ସିଆରପିଏଫ ପକ୍ଷରୁ ଜାରି ରହିଛି ସହାୟତା ପ୍ରଦାନ

ରାୟଗଡ,୧୧/୪ : ପ୍ରତ୍ୟେକ ସମୟରେ କେନ୍ଦ୍ରୀୟ ରିଜର୍ବ ପୋଲିସ ସୁରକ୍ଷା ବଳ (ସିଆରପିଏଫ) ପକ୍ଷରୁ ଜାତୀୟ ସେବାରେ ସହଯୋଗ ଦିଆଯାଇ ଆସୁଅଛି । ବର୍ତମାନଲ ଲକଡାଉନଯୋଗୁଁ ବହୁ ଗରୀବ ପରିବାର ସମେତ ରାସ୍ତାକଡରେ ରହୁଥିବା ନିରାଶ୍ରୟ ମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ତେବେ ଜନସାଧାରଣଙ୍କୁ ଯେ କୈାଣସି ଘଡିସନ୍ଧି ମୁହର୍ତରେ ସାହାର୍ଯ୍ୟର ସେବା ଯୋଗାଇବା ପାଇଁ ସ୍ୱୀକୃତି ନେଇଥିବା ଆଦର୍ଶ ଉକ୍ତିକୁ ପାଳନ କରିବାକୁ ଯାଇ ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ ପକ୍ଷରୁ ସହରର ମାଙ୍କଡଝୋଲା, ଗାୟତ୍ରୀନଗର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟ ପଛପଟ, ବସଷ୍ଟାଣ୍ଡ,ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସର‌, ବିଭିନ୍ନ ମନ୍ଦିର ପାଶ୍ୱର୍ରେ ଏବଂ ମୁଖ୍ୟ ରାସ୍ତାକଡରେ ରହୁଥିବା ଗରୀବଗୁରବା ତଥା ନିରାଶ୍ରୟମାନଙ୍କୁ ଲକଡାଉନ ଘୋଷଣା ଦିନ ଠାରୁ ନିୟମିତ ଭାବେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଅଛି । ଏବଂ ସେମାନଙ୍କୁ ସମସ୍ତ ପ୍ରାକ୍ ସାବଧନାତା କ୍ଷେତ୍ରରେ ଯବାନମାନଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ମାନବିକତାର ସେବା ଯୋଗାଇ ଦିଆଯାଉଛି । ଏହି ମର୍ମରେ ଶନିବାର ଦିନ ଇନ୍ଦିରା ନଗର ସ୍ଥିତ ଷଷ୍ଠ ଲାଇନ ପଛପଟ ଏବଂ ରିଙ୍ଗ ରୋଡ ସ୍ଥିତ ନାଗାବଳୀ ଛକ ସ୍ଥାନରେ ରହୁଥିବା ଗରିବ ପରିବାରମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରଯାଇଥିଲା । ବର୍ତମାନ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନମାନେ ଜିଲ୍ଳାର ସୀମାନ୍ତରେ ନାକା ଚେକିଂରେ ମୁତୟନ ହୋଇ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରିବା ସହ କରୋନା ବିପକ୍ଷରେ ଦେଶବାସୀ ଏକଜୁଟ୍ ହୋଇ ଲଢୁଥିବା ଏହି ଯୁଦ୍ଧକୁ ସଫଳ କରିହେବ ବୋଲି ଆଶା ରଖିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.