୧ହଜାର ଟଙ୍କା ଭତା ପାଇବାକୁ ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି ହିତାଧିକାରୀ

ରାୟଗଡରେ ଏଥିପ୍ରତି ସଠିକ୍ ବ୍ୟବସ୍ଥା କରିବା ଜରୁରୀ

ରାୟଗଡ,୧୧/୪ : ଲକଡାଉନ ସମୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଖାଦ୍ୟ ନିରାପତା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ମାସର ଅଗ୍ରୀମ ପିଡିଏସ ଖାଦ୍ୟଶସ୍ୟ ସହ ୧୮ଲକ୍ଷରୁ ଉର୍ଦ୍ଧ ପରିବାରଙ୍କୁ ୧ହଜାର ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ଦ୍ୱାରା ୩.୩କୋଟି ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି । ତେବେ ଏହାକୁ ପ୍ରଦାନ ସମୟରେ ହିତାଧିକାରୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଯେମିତ ବଜାୟ ରଖି ହେବ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ପରିତାପର ବିଷୟ, ରାୟଗଡ ପୈାର ପରିଷଦ ଅଧୀନରେ ଥିବା ଅନେକ ୱାର୍ଡର ରିଟେଲ ସେଂଟର ଗୁଡିକରେ ଏହାର ବ୍ୟତ୍ରିକମ ହେଉଥିବା ଦେଖିବାକୁ ମିଳିଛି । ରାୟଗଡ ପୈାର ପରିଷଦର ୱାର୍ଡ ନମ୍ବର ୧, ୨, ୪, ୬ ଓ ୭ର ୨୦୦ଜଣ ହିତାଧିକାରୀମାନଙ୍କୁ ଶନିବାର ଦିନ ସ୍ଥାନୀୟ ଠକ୍କର ବାପା ଆଶ୍ରମ ବିଦ୍ୟାଳୟ ପରିସରରେ ଥିବା ପଡିଆ ଠାରେ ସରକାରଙ୍କ ପକ୍ଷରୁ ମିଳୁଥିବା ୧ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଡକାଯାଇଥିଲା । ତେବେ ଏକା ସହ ୨୦୦ଜଣ ପୁରୁଷ ଓ ମହିଳା ହିତାଧିକାରୀଙ୍କ ଗହଳିରେ ଲୁଚି ଯାଇଥିଲା ସାମାଜିକ ଦୂରତା । ସମସ୍ତ ହିତାଧିକାରୀମାନେ ୧ହଜାର ଟଙ୍କା ପାଇବା ପାଇଁ ଲମ୍ବା ଧାଡି କରିଥିଲେ କିନ୍ତୁ ୧ମିଟରରୁ କମ ବ୍ୟବଧାନରେ ଛିଡା ହୋଇଥିଲେ । ଅନେକ ହିତାଧିକାରୀ ଭୋର ସକାଳୁ ଆସି ଅପେକ୍ଷା କରିଥିବା ବେଳେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ଭୁଲି ଯାଇଥିଲେ । ୱାର୍ଡର ସ୍ୱଚ୍ଛସାଥୀମାନେ ସମସ୍ତ ହିତାଧିକାରୀମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ଧାଡିରେ ଛିଡା ହେବା ପାଇଁ କହୁଥିଲେ ମଧ୍ୟ କେହି ବି ଶୁଣୁ ନ ଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷେ ଗତ ଶୁକ୍ରବାର ମଧ୍ୟ ଜେଏସକୋ ରିଟେଲ ସେଂଟରରେ ମଧ୍ୟ ଏପରି ଗହଳି ଲାଗି ରହିଥିବା ଦେଖିବାକୁ ମିଳିଥିଲା । ରାୟଗଡ ପୈାର ପରିଷଦ ନିର୍ବାହୀ ଅଧିକାରୀ ଓ ଜିଲ୍ଳା ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ଓ ଡିଲର୍ସ ମାନଙ୍କୁ ନେଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଥିବା ବେଳେ ଭିଡକୁ ନିୟନ୍ତ୍ରଣ ପାଇଁ ରିଟେଲ ସେଂଟରଗୁଡିକରେ କେବଳ ପିଡିଏସ ସାମଗ୍ରୀ ବଂଟନ ହେବା ସହ ସହାୟତା ରାଶି ଅନ୍ୟତ୍ର ବଂଟନ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.