ଆଶ୍ରୟ ସ୍ଥଳରେ ଶ୍ରମିକଙ୍କୁ ଭେଟିଲେ ଏବଂ କୁଜେନ୍ଦ୍ରୀରେ ମାସ୍କ ବ୍ୟବହାର ଓ ହାତଧୁଆ ପାଇଁ କଲେ ସଚେତନ
ରାୟଗଡ,୧୨/୪ : ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାୟଗଡ ଜିଲ୍ଳାର ରାମନାଗୁଡା ବ୍ଳକ ପ୍ରଶାସନ ତରଫରୁ ନିଆଯାଇଥିବା ପଦକ୍ଷେପଗୁଡିକକୁ ତଦାରଖ କରିବା ପାଇଁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଶନିବାର
ଦିନକିଆ ଗସ୍ତରେ ଯାଇଥିଲେ । ରାମନାଗୁଡା ଠାରେ ତାମିଲନାଡୁ, ଛତିଶଗଡ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ନବରଙ୍ଗପୁର ଜିଲ୍ଳାର କିଛି ଦାଦନ ଶ୍ରମିକମାନଙ୍କୁ
ଲକଡାଉନ ଯୋଗୁଁ ସେମାନଙ୍କୁ ବ୍ଳକ ପ୍ରଶାସନ ତରଫରୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ସେମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଉପରେ ଜିଲ୍ଳାପାଳ ଶ୍ରୀ ବେହେରା ପଚାରି
ବୁଝିଥିବା ବେଳେ ବ୍ଳକ ପ୍ରଶାସନର ବନ୍ଦୋବସ୍ତକୁ ନେଇ ଶ୍ରମିକମାନେ ଖୁସିରେ ଥିବା କହିଥିଲେ ।
ପରେ ସେଠାରୁ କୁଜେନ୍ଦ୍ରୀ ଗ୍ରାମ ଅଭିମୁଖେ ଜିଲ୍ଳାପାଳ ଗସ୍ତ କରିଥିଲେ । ସେଠାରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀମାନେ ମାସ୍କ ପ୍ରସ୍ତୁତ କରୁଥିବ ଦେଖି ତାଙ୍କୁ ଉତ୍ସାହିତ କରିବା ସହିତ ଗ୍ରାମବାସୀଙ୍କୁ ହାତଧୂଆ ଓ ମାସ୍କର ବ୍ୟବହାର ଉପରେ ସଚେତନ
କରାଇଥିଲେ । ସେହିପରି ରାମନାଗୁଡା ବ୍ଳକ ଗସ୍ତରେ ଯାଇ ବହୁ ଜନସାଧାରଣଙ୍କ ସହ ମାସ୍କ ବ୍ୟବହାର ସହ କରୋନା ମୁକାବିଲା ପାଇଁ ସର୍ତକତା ଅବଲମ୍ବନ ପଦକ୍ଷେପଗୁଡିକ ଉପରେ ଆଲୋଚନା କରିଥିଲେ ।