ଦିନକର ଦରମା ଦେବା ସହ ଗାଁ ଗାଁ ବୁଲି ଜନ ସଚେତନ କଲେ ଡିଏଭି ସ୍କୁଲ ଶିକ୍ଷକ ଓ କର୍ମଚାରୀ

ଲାଞ୍ଜିଗଡ଼, ୧୨/୪ : ଲାଞ୍ଜିଗଡ଼ରେ ଥିବା ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ନେତୃତ୍ଵରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ବିଦ୍ୟାଳୟର ଚାରିପାର୍ଶ୍ଵରେ ଥିବା ଗ୍ରାମ ଗୁଡିକକୁ ଯାଇ କରୋନା ଭୂତାଣୁକୁ କିପରି ମୁକାବିଲା କରିପାରିବେ, ହାତକୁ ସାବୁନରେ କିପରି ଧୋଇବେ, ମାସ୍କ ବଣ୍ଟନ ସହ ତାହାର ବ୍ୟବହାର ସମ୍ପର୍କରେ ଓ ସାମାଜିକ ଦୂରତା କିପରି ରକ୍ଷା କରିବେ ସେ ନେଇ ଜନ ସଚେତନତା ସୃଷ୍ଟି କରିଥିଲେ ।

ଦେଶର ଏହି ଘଡିସନ୍ଧି ମୂହୁର୍ତ୍ତରେ ଡିଏଭି ସ୍କୁଲର ପ୍ରେସିଡେଣ୍ଟ ପୁନମ ସୁରାଙ୍କ ଆହ୍ୱାନ କ୍ରମେ ଡିଏଭି ବିଦ୍ୟାଳୟର ସମସ୍ତ କର୍ମଚାରୀ ଗୋଟିଏ ଦିନର ଦରମା ପ୍ରଦାନ କରିଥିବା ଅଧ୍ୟକ୍ଷ ଶ୍ରୀ ହୋତା ପ୍ରକାଶ ବାରିବା ସହ ଏଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ଜାରୀରହିବ ବୋଲି କହିଥିଲେ । ଏଭଳି ଏକ କାର୍ଯ୍ୟକ୍ରମ କୁ ଅଞ୍ଚଳବାସି ପ୍ରଶଂସା କରିଛନ୍ତି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.