ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି, ଆଶା ଓ ଶିକ୍ଷକ

ମୁଣ୍ଡାଗାଁ ଠାରେ କରୋନା ସଚେତନତା

ନର୍ଲା/ଲାଞ୍ଜିଗଡ,୧୨/୪ : ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଞ୍ଚାୟତ ମୁଣ୍ଡାଗାଁ ଠାରେ କରୋନା ଭାଇରସ ଉପରେ ଜନ ସଚେତନ କରାଯାଉଛି । ମୁଣ୍ଡାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ହରିଜନ, ସହକାରୀ ଶିକ୍ଷକ ରୋହିତ କୁମାର ସାହୁ, କନିଷ୍ଠ ଶିକ୍ଷକ ନିରାକାର ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଦେବକୀ ପଧାନ, ସ୍ୱାସ୍ଥ୍ୟ କର୍ମୀ ତିଳେସ୍ୱର ଭୋଇ, ଅଙ୍ଗନବାଡି କର୍ମୀ ମହରଗୀ ଭୋଇ, ମଞ୍ଜୁ ପନ୍ଦର, ଆଶା କର୍ମୀ ଚମ୍ପା କୁମାର, ନିର ପନ୍ଦର ପ୍ରମୂଖ ଘର ଘର ବୁଲି ଲୋକଙ୍କୁ କରୋନା ଭାଇରସ ସଂକ୍ରମଣରୁ କିପରି ରକ୍ଷା ପାଇବେ ସେନେଇ ସଚେତନ କରାଉଛନ୍ତି ।


ବର୍ତମାନ ସୁଦ୍ଧା ଏହି ମହାମାରୀର କୌଣସି ଔଷଧ ବାହାରି ନଥିବା ବେଳେ ବ୍ୟକ୍ତିଗତ ସଚେତନ ଦ୍ୱାରା ହିଁ ଏହି ମହାମାରୀ ଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ବୋଲି ଲୋକଙ୍କୁ ସଚେତନ କରାଉଛି । ସରକାରଙ୍କ ଦ୍ୱାରା ନିର୍ଧାରିତ ଲକ ଡାଉନ ସମୟରେ ଘରେ ରହିବା, କେହି ଘରୁ ବାହାରକୁ ନ ଯିବା,ଖାଇବା ଆଗରୁ ଓ ସୌଚ ପରେ ହାତକୁ ସାବୁନ କିମ୍ବା ସାନିଟାଇଜର ରେ ଭଲ ଭାବେ ବାରମ୍ବାର ଧୋଇବା,

ହାତକୁ ନ ଧୋଇ ପାଟି, ନାକ କିମ୍ବା ଆଖି କୁ ଛୁଇଁବା ନାହିଁ,କାଶିବା କିମ୍ବା ଛିଙ୍କିବା ବେଳେ ମୁହଁରେ ରୁମାଲ ଦେବା, ଅନ୍ୟ ସହିତ ହାତ ନ ମିଳେଇ ନମସ୍କାର କରିବା, ବାହାରୁ ଆସୁଥିବା ଲୋକଙ୍କୁ ୧୪ ଦିନ ପଯ୍ୟନ୍ତ ପଚାୟତରେ ଥିବା ଅସ୍ଥାୟୀ ଆଇସୋଲେସନ କେନ୍ଦ୍ରରେ ରହିବା, ସାମାଜିକ ଦୂରତା ରକ୍ଷା କରିବା, ଗରମ ପାଣି ପିଇବା, ସର୍ଦି କାଶ, ଜ୍ୱର ହୋଇଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦ୍ୱାରା ଆମେ କରୋନା ମହାମାରୀରୁ ରକ୍ଷା ପାଇପାରିବା ବୋଲି ସେମାନେ ସଚେତନ କରାଉଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ସହ ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.