୩୦୦ ଗରୀବ ପରିବାରଙ୍କୁ ଟାଉନ ଥାନା ପୋଲିସ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ରାୟଗଡ,୧୨/୪ : ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଟାଉନ ଥାନା ଅନ୍ତର୍ଗତ ଜାମ୍ବୁ ଓ ପେରିଗାଁ ସମେତ ଏହାର ଆଖାପାଖରେ ଥିବା ଅନ୍ୟାନ୍ୟ ଗ୍ରାମଗୁଡିକର ପାଖାପାଖି ୩୦୦ ଗରୀବ ପରିବାରଙ୍କୁ ଟାଉନ ଥାନା ପୋଲିସ ତରଫରୁ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି । ରାୟଗଡ ଟାଉନ ଥାନ ଅଧିକାରୀ ନିହାର ରଂଜନ ପ୍ରଧାନଙ୍କ ନେତୃତ୍ୱରେ ଥାନାର ଏସ.ଆଇ. ରିଗାନ କିଣ୍ଡୋ, ମାନସ କୁମାର ସାହୁ, ସୈାମ୍ୟ ରଂଜନ ପତି, ଜୟସ୍ମିତା ବେହେରା, କୈଳାସଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପ୍ରତ୍ୟେକ ପରିବାରଙ୍କୁ ୫କେଜି ଚାଉଳ, ଡାଲି, ତେଲ, ଲୁଣ, ଆଳୁ, ପିଆଜ ଆଦି ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ପ୍ରଦାନ କରିଥିଲେ । ବିପଦ ଆପଦ ସବୁ ସମୟରେ ପୋଲିସ ସବୁବେଳେ ଆପଣଙ୍କ ସାଥିରେ ରହିଛି ଏବଂ କରୋନା ପାଇଁ ସରକାର ଜାରି କରିଥିବା ସର୍ତକତା ଅବଲମ୍ବନ କରିବା ସହ ଘରେ ରହି ସୁରକ୍ଷିତ ରହିବା ପାଇଁ ଥାନାଧିକାରୀ ଶ୍ରୀ ପ୍ରଧାନ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଲକଡାଉନ ହୋଇଥିବାରୁ ସହର ଉପରେ ନିର୍ଭର କରି ଚଳୁଥିବା ଏହି ଗ୍ରାମର ପରିବାର ମାନେ ଅସୁବିଧାରେ ଚଳୁଥିବାରୁ ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ରାୟଗଡ ଟାଉନ ଥାନା ପୋଲିସ ତରଫରୁ ଏପରି ମହାନ କାର୍ଯ୍ୟ କରିଥିବାରୁ ଗ୍ରାମବାସୀମାନେ ସାଧୁବାଦ ଜଣାଇଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.