ୟୁନିୟନର ୩୫୦ ଜଣ ସଭ୍ୟଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ
ରାୟଗଡ,୧୬/୪: ରାୟଗଡ ସହରର କସ୍ତୁରୀ ନଗର
ଠାରେ ଥିବା ଶ୍ରୀ ଶ୍ରୀ ଶ୍ରୀ ମା ମଝିଗୈାରୀ କାର୍ପେନଟର ୟୁନିୟନର ୩୩ତମ ବାର୍ଷିକ ଉତ୍ସବ ବୁଧବାର ଦିନ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଲକଡାଉନ ଯୋଗୁଁ ବାର୍ଷିକ ଉତ୍ସବରେ ବହୁ କମ ସଂଖ୍ୟକ ସଦସ୍ୟ ଯୋଗ ଦେଇ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୟୁନିୟନ ସଭାପତି ଏ.ଜଗନମୋହନ ରାଓ, ସଂପାଦକ ସି.ଏଚ.ରାମକ୍ରିଷ୍ଣା, ଉପଦେଷ୍ଠା ମହେଶ ପଟ୍ଟନାୟକ,ଉମା ମହେଶ୍ୱର ରାଓଙ୍କ ସମତେ ଅନ୍ୟ ସଦସ୍ୟମାନେ ଯୋଗ ଦେଇ ଉପସ୍ଥିତ ସଦସ୍ୟମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରିଥିଲେ ଏବଂ ଅନୁପସ୍ଥିତ ସଭ୍ୟମାନଙ୍କ ଘରକୁ ଖାଦ୍ୟ ସାମଗ୍ରୀ ପଠାଯିବାର ବନ୍ଦୋବସ୍ଥ କରାଯାଇଥିଲା ।
ଏହି ଖାଦ୍ୟ ସାମଗ୍ରୀରେ ୧୦କେଜି ଚାଉଳ, ଆଳୁ ୧କେଜି, ପିଆଜ ୧କେଜି, ଡାଲି ଅଧାକେଜି ଓ ତେଲ ଅଧାଲିଟର ଲେଖାଁଏ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲକଡାଉନ ନିୟମ ତଥା କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ନିୟମିତ ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ସର୍ତକତା ଅବଲମ୍ବନ ବିଷୟରେ ସଭାପତି, ସଂପାଦକ ଓ ଉପଦେଷ୍ଠା ପ୍ରମୁଖ ଆଲୋକପାତ କରାଇଥିଲେ । ଏଥି ସହ ୟୁନିୟନର ସମସ୍ତ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
________________________________________