ନର୍ଲା,୧୭/୪: ନର୍ଲା ଉପର ପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ନକୁଳ ସେନାପତି, ଶିକ୍ଷୟତ୍ରୀ କ୍ରିଷ୍ଣା ରାଣୀ ହୋତା ଓ ସବିତା ଯାନୀ ଘର ଘର ବୁଲି ଦ୍ୱିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ବଣ୍ଟନ କରିଛନ୍ତି ।
ସାରା ରାଜ୍ୟରେ ମହାମାରୀ କୋରନl ପାଇଁ ରାଜ୍ୟ ସରକାର ଜୁନ ମାସ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିବା ବେଳେ ଛାତ୍ରଛାତ୍ରୀ ମାନଂକୁ ଏହି ପୁସ୍ତକ ଯୋଗାଇ ଦେଇ ଥିବରୁ ଲକ ଡାଉନ ସମୟରେ ପିଲାମାନେ ଘରେ ପାଠ ପଢିପାରିବେ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି ।