ଆଶ୍ରୟ ସ୍ଥଳରେ ଢିଲା ବ୍ୟବସ୍ଥା : ଝରକା ଭାଙ୍ଗି ଫେରାର ହେଲେ ୧୯ଜଣ

ରାୟଗଡ,୨୪/୪ : ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳା କେରଡା ଗ୍ରାମ ଠାରେ ଜିଲ୍ଳା ପ୍ରଶାସନ ତରଫରୁ କରୋନା ମୁକାବିଲା ନିମନ୍ତେ କରାଯାଇଥିବା ଶ୍ରମିକ ଆଶ୍ରୟସ୍ଥଳୀ କେନ୍ଦ୍ରରୁ ୧୯ଜଣ ଲୋକ ଝରକା ଭାଙ୍ଗି ଫେରାର ହୋଇ ଯାଇଛନ୍ତି । ଆଶ୍ରୟସ୍ଥଳୀର ସମସ୍ତଙ୍କ ପାଇଁ ଜଳଖିଆ ବଂଟନ କରାଯାଉଥିବା ବେଳେ ଫେରାର ୧୯ଜଣଙ୍କ କକ୍ଷ ଖାଲି ପଡିଥିଲା ଓ ସେମାନେ ଫେରାର ହୋଇଥିବା ଜଣାପଡିଥିଲା । ଖବର ପାଇ ରାୟଗଡ ବ୍ଳକ ନୋଡାଲ ଅଧିକାରୀ ଟୁକୁ ବାରିକ, ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ବେହେରା, ସରପଂଚ ଗୋର୍ବଦ୍ଧନ, କେନ୍ଦ୍ରର ନୋଡାଲ ଅଧିକାରୀ ଜୟପ୍ରକାଶ ନାରାୟଣ ଭଟ୍ଟରାଏଙ୍କ ସମେତ ରୋଷ୍ଟର ଡ୍ୟିୁଟି ଶିକ୍ଷକ ଓ ଶେଷଖାଲ ଥାନା ଅଧିକାରୀ ଶ୍ରୀମତି ବିଜୟଲକ୍ଷ୍ମୀ ହିକକା ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପଂହଚି ଅନୁଧ୍ୟାନ କରିଥିଲେ । ଏ ନେଇ କେନ୍ଦ୍ରର ରୋଷ୍ଟର ଡ୍ୟିୁଟିରେ ଥିବା ଅଧିକାରୀ ସ୍ଥାନୀୟ ଶେଷଖାଲ ଥାନାରେ ଏତଲା ଦାୟର କରିଥିବା ଜଣା ପଡିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶେଷଖାଲ ଥାନା କେସ ନମ୍ବର ୪୨ ତାରିଖ ୨୩/୪/୨୦ରେ ୟୁ/ଏସ ୧୮୮/୨୭୧/୩୪ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି ।ସେହିପରି ପଡୋଶୀ ଆନ୍ଧ୍ର ଓ ଜିଲ୍ଳାର ସମସ୍ତ ଥାନାକୁ ଫେରାର ହୋଇଥିବା ବ୍ୟକ୍ତିମାନଙ୍କ ସମନ୍ଧରେ ସୂଚନା ଦିଆଯାଇଥିବା ଶେଷଖାଲ ଥାନା ପକ୍ଷରୁ କୁହାଯାଇଛି । ତେବେ ଏହି ଆଶ୍ରୟସ୍ଥଳରେ ପୋଲିସ ମୁତୟନ ହୋଇଥିଲେ ସୁଦ୍ଧା ୧୯ଜଣ ଲୋକ ଫେରାର ହୋଇଯାଇଛନ୍ତି ଯାହାକି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫେରାର ହୋଇଥିବା ୧୯ଜଣଙ୍କ ମଧ୍ୟରେ ୧୭ଜଣ ପଂଜାବ ଓ ୨ଜଣ ଉତ୍ତର ପ୍ରଦେଶର ବୋଲି ନୋଡାଲ ଅଧିକାରୀ ଶ୍ରୀ ଭଟ୍ଟାରାୟ ସୂଚନା ଦେଇଛନ୍ତି । ଅପରପକ୍ଷେ ଆଶ୍ରୟସ୍ଥଳୀରେ ରହୁଥିବା ବଳକା ଲୋକେ ଠିକ ସେ ରନ୍ଧାଖାଦ୍ୟ ମିଳୁ ନ ଥିବା‌ ଅଭିଯୋଗ କରିଛନ୍ତି ।

Udyog Nursery
Udyogi Nursery

ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରେ ଗତ ମାର୍ଚ୍ଚ ୩୦ତାରିଖ ଅପରାହ୍ନରେ ଆନ୍ଧ୍ରପ୍ରଦେଶ ଦେଇ ପଂଜାବର ୧୭ଜଣ ଓ ଉତର ପ୍ରଦେଶର ୨ଜଣ ସମୁଦାୟ ୧୯ଜଣ ଲୋକେ କେରଡା ଠାରେ ପଂହଚି ଥିଲେ । ପୋଲିସ ସେମାନଙ୍କୁ ଉଦ୍ଧାର କରି ଏହି ଆଶ୍ରୟସ୍ଥଳୀକୁ ପଠାଇ ଦେଇଥିଲେ । ସେମାନଙ୍କୁ କ୍ୱାରେନଟାଇନ ନିୟମାନୁଯାୟୀ ୧୪ଦିନ ରଖାଯାଇଥିଲା । ତେବେ ଏପ୍ରିଲ ୧୪ତାରିଖ ମଧ୍ୟରାତ୍ରରୁ ଲକଡାଉନକୁ ପୁର୍ନବାର ମେ’ ୩ ତାରିଖ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିବା ପାଇଁ ଘୋଷଣା କଲେ । ଫଳରେ ଉକ୍ତ ୧୯ଜଣ ଲୋକେ ନିଜ ଗାଁକୁ ଫେରି ଯିବାକୁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରୁଥିବା ବେଳେ ଲକଡାଉନ ହଟିବା ପରେ ସେମାନଙ୍କୁ ଛାଡି ଦିଆଯିବ ବୋଲି ପ୍ରଶାସନ ଅଧିକାରୀମାନେ କହିଥିଲେ । ତେବେ ପ୍ରଶାସନିକ ଅଧିକାରୀଙ୍କ ଆଶ୍ୱସନାକୁ ସେମାନେ ଆଉ ବିଶ୍ୱାସ କରି ନ ପାରି ଆଶ୍ରୟସ୍ଥଳୀର ମୁଖ୍ୟ ଫାଟକରେ ପୋଲିସ ମୁତୟନ ରହୁଥିବାରୁ ଝରକା ଭାଙ୍ଗି ସ୍କୁଲ ପଛପଟ ରେଳଧାରଣା ବାଟ ଦେଇ ସମସ୍ତେ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଏହି ଆଶ୍ରୟସ୍ଥଳରେ ରାଜସ୍ଥାନ, ଉତ୍ତର ପ୍ରଦେଶ, ପଂଜାବ, ପଡୋଶୀ କଳାହାଣ୍ଡି ଜିଲ୍ଳା ସମେତ ଅନ୍ୟ ସ୍ଥାନଗୁଡିକର ପାଖାପାଖି ୧୦୦ଲୋକ ରହିଥିଲେ । ବତର୍ମାନ ୧୯ଜଣ ଫେରାର ହୋଇଥିବା ବେଳେ ପୂର୍ବରୁ ୪ଜଣଙ୍କୁ ଛାଡି ଦିଆଯାଇଛି । ବର୍ତମାନ ୭୭ଜଣ ଲୋକେ ରହିଛନ୍ତି ।

ଲକଡାଉନ ଦିନ ଠାରୁ ଏମାନଙ୍କ ତଦାରଖ ପାଇଁ ଜଣେ ନୋଡାଲ ଅଧିକାରୀ, ରୋଷ୍ଟର ଡ୍ୟିୁଟିରେ ଶିକ୍ଷକ, ଜିଆରଏସ ଏବଂ ସୁରକ୍ଷା ପାଇଁ ସିଆରପିଏଫ ଓ ଜିଲ୍ଳା ପୋଲିସ ଯବାନଙ୍କୁ ମୁତୟନ କରାଯାଇଛି । ପ୍ରକାଶ ଥାଉ କି, ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା କେରଡାର ଏହି ଆଶ୍ରୟସ୍ଥଳ ପରିଦର୍ଶନ ବେଳେ ରୋଷ୍ଟର ଡ୍ୟିୁଟିରେ ଥିବା ସଂସ୍କୃତ ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀ କାର୍ଯ୍ୟରେ ଅବହେଳା କରିଥିବାରୁ ନିଲମ୍ବନ କରିଥିଲେ । ଉକ୍ତ ଦିନ ଠାରୁ ଏହି ଆଶ୍ରୟସ୍ଥଳୀକୁ ପ୍ରଶାସନ ତରଫରୁ ଅଧିକ ଗୁରୁତ୍ୱ ଦିଆ ଯାଇଥିବା ବେଳ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ତେବେ ସମସ୍ତ ବ୍ୟବସ୍ଥାକୁ ଢିଲା ବ୍ୟବସ୍ଥାର ପରିଚୟ ଦେଇ ଫେରାର ହୋଇଗଲେ ଏକା ଥରକେ ୧୯ଜଣ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

_______________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.