ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ “ଧରିତ୍ରୀ ଦିବସ’ ପାଳିତ
କାଶିପୁର : ସାରା ବିଶ୍ୱ ପାଣିପାଗ ପଦକ୍ଷେପ ବିଷୟବସ୍ତୁକୁ ନେଇ ୫୦ତମ ଧରିତ୍ରୀ ଦିବସ ପାଳନ କରିଛି । ସେହି କ୍ରମରେ ଦୋରାଗୁଡା ଠାରେ ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ଧରିତ୍ରୀ ଦିବସକୁ ପାଳନ କରିଛି । ଏକ ବିନମ୍ର ଓ ସାଙ୍କେତିକ ସ୍ୱରୂପ, କମ୍ପାନୀର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ରାତି୯ଟାରୁ ୯ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଘରର ଆଲୋକକୁ ସ୍ୱିଚ୍ ଅଫ୍ କରି ଧରାପୃଷ୍ଠ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏହି ଅବସରରେ, ୟୁଏଆଇଏଲ୍ର ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ତରଫରୁ ଅନଲାଇନ୍ ମାଧ୍ୟମରେ ଏକ କଳା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଏବିପିଏସ୍ର ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ବିଶେଷତା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ଯେଉଁ ଚିତ୍ର ଏବଂ ଅଙ୍କନ କରିଥିଲେ ସେଥିରେ ପାଣିପାଗର ସୁରକ୍ଷା ଏବଂ ପୁନଃସ୍ଥାପନ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ।
ଗ୍ରୁପ୍ ଏ ବର୍ଗ (ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ)ରେ ସାଇ ଦେବାଂଶ, ସାନଭି ପତି ଓ ଶ୍ରେୟଂଶ ପୃଷ୍ଟି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ଗ୍ରୁପ ବି ବର୍ଗ (ତୃତୀୟରୁ ପଂଚମ ଶ୍ରେଣୀ) ର ଅମନ ଆଦିତ୍ୟ ପ୍ରଥମ, ଅରମାନ ତିୱାରୀ ଦ୍ୱିତୀୟ ଓ ସଂସ୍କୃତି ପରିଡ଼ା ଏବଂ ନବନୀତ ଦାଶ ତୃତୀୟ ସ୍ଥାନ ହାସଲ କରିଥିଲେ । ଗ୍ରୁପ୍ ସି ବର୍ଗରେ (ଷଷ୍ଠରୁ ନବମ ଶ୍ରେଣୀ) ହିବାଗ ବୈଗ ପ୍ରଥମ, ତୁଷାର ମାଝି ଓ ଡି ପ୍ରେରିତ ଯୁଗ୍ମ ଭାବେ ଦ୍ୱିତୀୟ ଓ ଶ୍ରଦ୍ଧା ସୁମନ ଓ ଦେବାଶିଷ ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ ।
ଏହି ଅବସରରେ ଶ୍ରୀଯୁକ୍ ଏନ୍ ନାଗେଶ ଏବିପିଏସ୍ର ପରିଚାଳନା କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିନବ ପଦକ୍ଷେପ ଲାଗି ଉତ୍ସାହିତ କରିଥିଲେ ଏବଂ ପାଣିପାଗର ସୁରକ୍ଷା ଓ ପୁନଃ ସ୍ଥାନ ପାଇଁ ଆତ୍ମ-ଶପଥ ଗ୍ରହଣ କରିବା ଲାଗି ଏହି ଅବସରରେ ସେ ୟୁଏଆଇଏଲ୍ର କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ ।