ଚାନ୍ଦିଲି ପାହାଡ଼ରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ : ଅନେକ ମାଓ ସାମଗ୍ରୀ ଜବତ

ବଲାଙ୍ଗିର,୨୪/୪ : ଜିଲ୍ଲାର ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ ମାଓବାଦିଙ୍କ ସହ ଗୁଳି ବିନିମୟ ପରେ ଏକ କ୍ୟାମ୍ପରୁ ମାଓ ସାମଗ୍ରୀ ଜବତ ହୋଇଥିବା ଆଜି (ଶୁକ୍ରବାର) ସୂଚନା ଦେଇଛନ୍ତି ବଲାଙ୍ଗିର ଆରକ୍ଷ ଅଧିକ୍ଷକ ସନ୍ଦୀପ ସମ୍ପତ୍ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଚାନ୍ଦିଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲ ମାନେ କ୍ୟାମ୍ପ କରିଥିବା ସୂଚନା ପାଇ ଏସଓଜି (ସ୍ପେଶାଲ ଅପରେସନ ଗ୍ରୁପ୍)ର ଦୁଇଟି ୟୁନିଟ ଗତକାଲି ସକାଳ ୯ଟା ବେଳେ କମ୍ବିଂ ଅପରେସନରେ ବାହାରିଥିଲେ । ଲାଠୋର ଥାନା ଅନ୍ତର୍ଗତ ବରତିଆ ଓ ସୁନାମୁଦି ଗ୍ରାମ ନିକଟ ଜଙ୍ଗଲରେ ସେମାନେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯବାନମାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇବାରୁ ଯବାନମାନେ ପାଲଟା ଜବାବ ଦେଇଥିଲେ ।

Udyog Nursery
Udyogi Nursery

ପ୍ରାୟ ୧୫/୨୦ ମିନିଟ ଗୁଳି ବିନିମୟ ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲକୁ ପଳାୟନ କରିଥିଲେ । ସେମାନେ ରହୁଥିବା କ୍ୟାମ୍ପରୁ ଯବାନମାନେ କିଛି ଗୁଳି ସହ ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିଲେ । କ୍ୟାମ୍ପରେ ପ୍ରାୟ ୧୦/୧୨ ଜଣ ମାଓବାଦୀ ଥିଲେ । ଏମାନେ ସିପିଆଇ-ମାଓବାଦୀର ବିବିଏମ ଡିଭିଜନ କ୍ୟାଡର ବୋଲି ଏସପି କହିଛନ୍ତି ।

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଲା ନନ୍ଦ ବଗର୍ତ୍ତ ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.